କରୋନା ନେଲା ହଲିଉଡ଼ ସୁପରଷ୍ଟାରଙ୍କ ଜୀବନ

ନ୍ୟୁୟର୍କ: ହଲିଉଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ଆସିଛି | ହଲିଉଡ଼ର ସୁପରଷ୍ଟାର ମାର୍କ ବ୍ଲୁମଙ୍କର କରୋନା ଭୂତାଣୁଙ୍କ ଯୋଗୁଁ ଦେହାନ୍ତ ହୋଇଛି। ମାର୍କ କିଛି ଦିନ ପୂର୍ବରୁ କରୋନା ଭୂତାଣୁ ସଂକ୍ରମିତ ହୋଇଥିଲେ। କେବଳ ତାଙ୍କ ପରିବାର ନୁହେଁ ସମଗ୍ର ଇଣ୍ଡଷ୍ଟ୍ରି, ପ୍ରଶଂସକମାନେ ମଧ୍ୟ ତାଙ୍କ ମୃତ୍ୟୁ ଖବରକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମାର୍କ ନ୍ୟୁୟର୍କର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଉକ୍ତ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ମାର୍କଙ୍କର ମୃତ୍ୟୁ ହୋଇଥିଲା। ମାର୍କ ବ୍ଲୁମଙ୍କ ମୃତ୍ୟୁ ଖବର ତାଙ୍କ ପତ୍ନୀ ଜାନେଟ ଜରିଶ ଇ-ମେଲ ମାଧ୍ୟମରେ ଜଣାଇଥିଲେ। ମାର୍କ ପାଖାପାଖି ୨୫ ଟି ଫିଲ୍ମରେ ଅଭିନୟ କରିଥିଲେ | ନ୍ୟୁୟର୍କ ଥିଏଟର ଇଣ୍ଡଷ୍ଟ୍ରିକୁ ଉନ୍ନତ କରିବା ପାଇଁ ମାର୍କ ଅନେକ ମହତ୍ କାର୍ଯ୍ୟ କରିଥିଲେ | ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା।

ସମ୍ବନ୍ଧିତ ଖବର