ଦିଲ୍ଲୀରେ ‘ହୋମ୍‌ ଡେଲିଭରି’ ସୁବିଧା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଆଜି ରାଜ୍ୟରେ ୪୦ଟି ସେବାର ‘ହୋମ୍‌ ଡେଲିଭରି’ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଲୋକଙ୍କ ଦ୍ୱାରଦେଶରେ ଏଣିକି ଏହି ସେବାଗୁଡ଼ିକ ଯୋଗାଇ ଦିଆଯିବ। ବିବାହ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ରେସନ୍‌ କାର୍ଡ, ଆୟ ପ୍ରମାଣପତ୍ର ଓ ଜଳଯୋଗାଣ କାଗଜପତ୍ର ହସ୍ତାନ୍ତର ଭଳି କ୍ଷେତ୍ରରେ ଏହି ସୁବିଧା ମିଳିବ। ଏ ନେଇ କେଜ୍ରିଓ୍ଵାଲ୍‌ କହିଛନ୍ତି, ପିଜାର ହୋମ୍‌ ଡେଲିଭରି କଥା ଆମେ ସବୁବେଳେ ଶୁଣୁଛୁ। କିନ୍ତୁ ଏଣିକି ଲୋକମାନେ ଗୋଟିଏ କଲ୍‌ କଲେ ସେମାନଙ୍କ ଘରେ ସରକାରୀ ସେବା ପହଞ୍ଚିଯିବ।

ସମ୍ବନ୍ଧିତ ଖବର