ବାତ୍ୟା ସମୀକ୍ଷା କଲେ ଶାହା: ପ୍ରଭାବିତ ହେବାକୁ ଥିବା ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଲେ ଆଲୋଚନା

ଭୁବନେଶ୍ବର: ସମୁଦ୍ର ଭିତରେ ବଳ ଗୋଟାଇ ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା ୟାସ୍ । ପାରାଦ୍ୱୀପରୁ ସାଗର ଦ୍ୱୀପ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଏବେ ଏହାର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ପୂର୍ବରୁ ପ୍ରସ୍ତୁୂତିକୁ ଜୋରଦାର କରିଥିବା ବେଳେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବାତ୍ୟା ମୁକାବିଲାର ସମୀକ୍ଷା କରିଛନ୍ତି । ପ୍ରଭାବିତ ହେବାକୁ ଥିବା ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଶାହା । ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଶାହା ଆଲୋଚନା କରିଛନ୍ତି ।

ଭିଡ଼ିଓ କନଫରେନ୍ସିଂରେ ହୋଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମୁଖ୍ୟ ଶାସନ ସଚିବ, ଏସଆରସି ଓ ଅନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ସମୀକ୍ଷା ବୈଠକରେ ଅକ୍ସିଜେନ, ଟିକା ଯୋଗାଣ ଉପରେ ଗୁରୁତ୍ୱ ଦେଇଛନ୍ତି ଶାହା । କୋଭିଡ ହସ୍ପିଟାଲରେ ଯେପରି ସମସ୍ୟା ସୃଷ୍ଟି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି ଶାହା । ଏହାବାଦ୍ ବିଜୁଳି କଟିଗଲେ ବିକଳ୍ପ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶାହା । ମହାମାରୀ ସମୟରେ ବାତ୍ୟାର ମୁକାବିଲା ବେଶ ଚ୍ୟାଲେଞ୍ଜିଂ ସ୍ଥିତି ସୃଷ୍ଟି କରିପାରେ । ତେଣୁ ବାତ୍ୟା ୟାସର ମୁକାବିଲା ପାଇଁ ତତ୍ପର ହୋଇ ଉଠିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ।

ସମ୍ବନ୍ଧିତ ଖବର