ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ଓ ଲଦାଖର ବିଭିନ୍ନ ଅଞ୍ଚଳକୁ ପ୍ରତିନିଧିତ୍ୱ କରୁଥିବା ଏକ ୧୦୦ ଜଣିଆ ପ୍ରତିନିଧି ଦଳ ମଙ୍ଗଳବାର ରାଜଧାନୀ ଦିଲ୍ଳୀଠାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଗୃହମନ୍ତ୍ରୀଙ୍କ ସହ ଜମ୍ମୁ-କଶ୍ମୀର ଲୋକଙ୍କ ଏହା ଥିଲା ପ୍ରଥମ ସାକ୍ଷାତ୍। ପୁଲୱାମା, କଶ୍ମୀର ଉପତ୍ୟକା, ଜମ୍ମୁ ଓ ଲଦାଖର ସାଧାରଣ ଲୋକ ଏହି ପ୍ରତିନିଧି ଦଳରେ ସାମିଲ୍ ହୋଇଛନ୍ତି ।
ଧାରା ୩୭୦ ଓ ଧାରା ୩୫-ଏର ଉଚ୍ଛେଦ ଉପରେ କେନ୍ଦ୍ରର ନିଷ୍ପତ୍ତିକୁ ବର୍ଣ୍ଣନା କରି ଗୃହମନ୍ତ୍ରୀ ଅମିତ ଶାହା ରବିବାର କହିଛନ୍ତି କି ଏହି ଦୁଇ ଧାରା ଭାରତ ସହ ଜମ୍ମୁ-କଶ୍ମୀରର ପୂର୍ଣ୍ଣ ଏକତ୍ବରେ ବାଧା ଉପୁଜାଉଥିଲା। ଏହି ଦୁଇ ଧାରା ଉଚ୍ଛେଦ ହେବା ପରେ ଜମ୍ମୁ-କଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳ କରାଯାଇଛି। କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତି ବିକାଶର ମୂଳମନ୍ତ୍ର ହେବ। ରାଜ୍ୟରେ ଆତଙ୍କବାଦ ନିପାତ କରିବାରେ ବିଶେଷ ସହାୟ ହେବ ବୋଲି ସେ ମତ ରଖିଛନ୍ତି।
ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୫ ତାରିଖରେ ଗୃହମନ୍ତ୍ରୀ ଅମିତା ଶାହା ଜମ୍ମୁ-କଶ୍ମୀରରେ ଧାରା ଧାରା ୩୭୦ ଉଚ୍ଛେଦ ଘୋଷଣା କରିଥିଲେ ୬ ତାରିଖରେ ଏହା ଲୋକସଭାରେ ପାରିତ ହୋଇଥିଲା।