ନୂଆଦିଲ୍ଲୀ: ସେପ୍ଟେମ୍ବର ୩୦ରେ ଋଷବ ସେଟ୍ଟୀଙ୍କ ଅଭିନୀତ-ନିର୍ଦ୍ଦେଶିତ ଫିଲ୍ମ ‘କାନ୍ତାରା’ ପରଦାକୁ ଆସି କର୍ଣ୍ଣାଟକର ଏକ ପ୍ରମୁଖ ବ୍ଲକବଷ୍ଟର ଭାବରେ ଉଭା ହୋଇଥିଲା। ଲୋକପ୍ରିୟତାକୁ  ଏହାକୁ ପରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ୍ କରାଯିବା ପରେ ଏହା ନୂଆ ରେକର୍ଡ ସୃଷ୍ଟି କରିଥିଲା। ଦିନକୁ ଦିନ ଫିଲ୍ମର ଲୋକପ୍ରିୟତା ବଢ଼ିଥିଲା । ଏହି ଫିଲ୍ମରେ ନିର୍ଦ୍ଦେଶନା ଦେବା ସହ ଅଭିନୟ କରିଥିଲେ ଋଷବ ସେଟ୍ଟୀ। ତାଙ୍କ ଅଭିନୟ ଏବଂ ଫିଲ୍ମର କାହାଣୀକୁ ନେଇ ଚାରିଆଡେ ଚର୍ଚ୍ଚା ହୋଇଥିଲା।

Advertisment

ବର୍ତ୍ତମାନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ଚଳଚ୍ଚିତ୍ର ବିଷୟରେ ନିଜର ମତ ଦେଇଛନ୍ତି। ସେ 'କାନ୍ତାରା'କୁ ପ୍ରଶଂସା କରି କହିଛନ୍ତି ଯେ 'କାନ୍ତାରା' ଫିଲ୍ମ ଦେଖିବା ପରେ ସେ ଦକ୍ଷିଣ କନ୍ନଡ ଜିଲ୍ଲାର ସଂସ୍କୃତି ବିଷୟରେ ଜାଣିଥିଲେ। ନିକଟରେ ଏକ ନିର୍ବାଚନୀ ବୈଠକରେ ସମ୍ବୋଧିତ କରିବାବେଳେ ଅମିତ ଶାହା ଫିଲ୍ମ ବିଷୟରେ ଉଲ୍ଲେଖ କରିଥିଲେ।

ଚଳିତ ବର୍ଷ କର୍ଣ୍ଣାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶନିବାର ଦିନ ଅମିତ ଶାହା ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ପାଇଁ ଦକ୍ଷିଣ କନ୍ନଡ ଜିଲ୍ଲାର ପୁତ୍ତୁରରେ ପହଞ୍ଚିଥିଲେ, ଯେଉଁଠାରେ ସେ ଋଷଭ ସେଟ୍ଟୀଙ୍କ ଅଭିନୀତ ଫିଲ୍ମ 'କାନ୍ତାରା' ବିଷୟରେ ଉଲ୍ଲେଖ କରିଥିଲେ। ଅମିତ ଶାହା କହିଥିଲେ, 'ଦକ୍ଷିଣ କନ୍ନଡ ଜିଲ୍ଲା ଭିତରେ ଧାର୍ମିକ ପରମ୍ପରା, ସାଂସ୍କୃତିକ ପରମ୍ପରା ଦେଖିବାକୁ ମିଳେ। ମୁଁ ଏବେ 'କାନ୍ତାରା' ଦେଖିଲି। ଏହି ଚଳଚ୍ଚିତ୍ର ଦେଖିବା ପରେ ମୁଁ ଜାଣିଲି ଯେ ରାଜ୍ୟରେ ଏପରି ସମୃଦ୍ଧ ପରମ୍ପରା ରହିଛି।