ପ୍ରୟାଗରାଜ: କୋଟି କୋଟି ଶ୍ରଦ୍ଧାଳୁ ମହାକୁମ୍ଭରେ ଭାଗ ନେବାକୁ ପ୍ରୟାଗରାଜରେ ପହଞ୍ଚିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ବିଶ୍ୱର ଅନ୍ୟତମ ବୃହତ୍ତମ ଧାର୍ମିକ କାର୍ଯ୍ୟକ୍ରମ ମହାକୁମ୍ଭରେ ସାମିଲ ହେବେ । ଅମିତ ଶାହ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର 'ତ୍ରିବେଣୀ ସଙ୍ଗମ'ର ପବିତ୍ର ଜଳରେ ବୁଡ଼ ପକାଇବେ । ଏହି ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ତାଙ୍କ ସହିତ ଉପସ୍ଥିତ ରହିବେ ।
ସୂଚନା ଅନୁଯାୟୀ, ଗୃହମନ୍ତ୍ରୀ ଅମିତ ଶାହଙ୍କ ଜୀବନର ଏହା ଯାତ୍ରା ଦଶମ କୁମ୍ଭ ଯାତ୍ରା ହେବ । ଯେଉଁଥିରେ ମହାକୁମ୍ଭ, କୁମ୍ଭ ଏବଂ ଅର୍ଦ୍ଧକୁମ୍ଭ ଅନ୍ତର୍ଭୁକ୍ତ ରହିଛି । ଅମିତ ଶାହ ଏପର୍ଯ୍ୟନ୍ତ ୯ କୁମ୍ଭ ଏବଂ ଅର୍ଦ୍ଧକୁମ୍ଭରେ ଭାଗ ନେଇଛନ୍ତି । ନିକଟରେ ଅମିତ ଶାହା ନିଜେ ଗୁଜୁରାଟର ଏକ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି ।
ସେ ତାଙ୍କ ଏକ୍ସରେ ଲେଖିଛନ୍ତି ଯେ, "ସନାତନ ଧର୍ମର ମହାନ ସମାବେଶ ସମଗ୍ର ବିଶ୍ୱକୁ ସମାନତା ବାର୍ତ୍ତା ଦେଇଥାଏ । ମହାକୁମ୍ଭ କେବଳ ତୀର୍ଥସ୍ଥାନ ନୁହେଁ ବରଂ ଦେଶର ବିବିଧତା, ବିଶ୍ୱାସ ଏବଂ ଜ୍ଞାନ ପରମ୍ପରାର ଏକ ମିଳନ ଅଟେ । ମୁଁ ପ୍ରୟାଗର ମହାକୁମ୍ଭରେ ସ୍ନାନ କରି ପୂଜାପାଠ କରିବା ସହ ସମ୍ମାନିତ ସାଧୁମାନଙ୍କୁ ଭେଟିବାକୁ ଉତ୍ସାହିତ ଅଛି । "
ଅମିତ ଶାହଙ୍କ ସହ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ମହାକୁମ୍ଭରେ ଉପସ୍ଥିତ ରହିବେ । ସେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସଙ୍ଗମ ନୋଜ, ହନୁମାନ ମନ୍ଦିର ଏବଂ ଅକ୍ଷୟବଟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଯୋଗୀ ମଧ୍ୟ ଗୃହମନ୍ତ୍ରୀଙ୍କ ସହ ଜୁନା ଆଖଡ଼ା ଯିବେ । ଏହାପରେ ଉତ୍ତରପ୍ରଦେଶ ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜଙ୍କ ମାନବ ଉତ୍କଳ ସେବା ସମିତିର ଶିବିରକୁ ଉଦଘାଟନ କରିବେ ।
କେନ୍ଦ୍ର ଗୃହମନ୍ତ୍ରୀଙ୍କ ବ୍ୟତୀତ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ପ୍ରୟାଗରାଜ ଆସିବେ । ସେ ଅପରାହ୍ନ ପ୍ରାୟ ୨.୪୦ରେ ପ୍ରୟାଗରାଜ ମହାକୁମ୍ଭରେ ବୁଡ଼ ପକାଇବେ । ଏହାପରେ ଗଙ୍ଗା ପୂଜା କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ପ୍ରାୟ ୪.୩୦ରେ ସେ ବୁଦ୍ଧ ସଙ୍ଗମ ଶିବିରକୁ ଯିବେ ପରେ ସେ ବିଶ୍ୱ ହିନ୍ଦୁ ପରିଷଦ ଶିବିରରେ ବୁଦ୍ଧ ସମ୍ମିଳନୀରେ ଯୋଗ ଦେବେ ।