ନୂଆଦିଲ୍ଲୀ: ସ୍ବାବ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ କୋଭିଡ୍ ପରବର୍ତ୍ତୀ ଚିକିତ୍ସା ପାଇଁ ଅଗଷ୍ଟ ୧୮ରେ ନୂଆଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ରେ ଭର୍ତ୍ତି ହୋଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଚିକିତ୍ସା ପରେ ଆଜି ସେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣା ପଡ଼ିଛି। ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଡିସଚାର୍ଜ କରାଯାଇଛି ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି।
ଅଗଷ୍ଟ ୨୯ରେ ଏକ ବିବୃତ୍ତିରେ ଏମ୍ସ କହିଥିଲା ଯେ, ଅମିତ ଶାହା ସୁସ୍ଥ ହୋଇଛନ୍ତି ଏବଂ ଅଳ୍ପ ଦିନ ମଧ୍ୟରେ ତାଙ୍କୁ ଡିସ୍ଚାର୍ଜ କରାଯିବ। ଅଳ୍ପ ଦିନ ତଳେ କରୋନା ଭାଇରସ୍ ସଂକ୍ରମଣରୁ ସୁସ୍ଥ ହୋଇଥିବା ଅମିତ ଶାହାଙ୍କୁ ଅଗଷ୍ଟ ୧୮ ତାରିଖରେ ‘ଏମ୍ସ୍’ ନିଆଯାଇ କୋଭିଡ୍ ପରବର୍ତ୍ତୀ ଚିକିତ୍ସା କରାଯାଇଥିଲା ।
‘ଏମ୍ସ’ର ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ ନେତୃତ୍ବରେ ଏକ ଡାକ୍ତରୀ ଦଳ ଶ୍ରୀ ଶାହାଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଥିଲେ। ‘ଏମ୍ସ୍’ର ମିଡିଆ ଓ ପ୍ରୋଟକଲ୍ ଡିଭିଜନ୍ର ଅଧ୍ୟକ୍ଷା ଡାକ୍ତର ଆରତି ବିଜ୍ କହିଥିଲେ ଯେ, ଗୃହମନ୍ତ୍ରୀ ଅମିତ ଶାହାଙ୍କର ଗତ ୩/୪ ଦିନ ହେବ କ୍ଳାନ୍ତ ଲାଗିବା ସହ ଦେହହାତ ଘୋଳାବିନ୍ଧା କରୁଥିଲା। ତାଙ୍କ ନମୁନାରେ କୋଭିଡ୍-୧୯ ନେଗେଟିଭ୍ ବାହାରିଛି। କୋଭିଡ୍ ପରବର୍ତ୍ତୀ ଚିକିତ୍ସା ନିମନ୍ତେ ତାଙ୍କୁ ‘ଏମ୍ସ୍’ରେ ଭର୍ତ୍ତି କରାଯାଇଛି। ସେ ଆରାମ ଅନୁଭବ କରୁଛନ୍ତି ଓ ଡାକ୍ତରଖାନାରେ ଥାଇ ତାଙ୍କ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ତେବେ କିଛି ଦିନ ଡାକ୍ତରଖାନାରେ ରହିବା ପରେ ଆଜି ଅମିତ ଶାହା ଡିସଚାର୍ଜ କରାଯାଇଥିବା ଜଣା ପଡ଼ିଛି।