ନୂଆଦିଲ୍ଲୀ: ଶନିବାର ଦିନ ଜାତୀୟ ରାଜଧାନୀ ଦିଲ୍ଲୀରେ ପୁଣି ୭, ୩୪୦ କରୋନାଭାଇରସ୍ ସଂକ୍ରମଣ ମାମଲା ରେକର୍ଡ କରାଯିବା ପରେ ସେଠାକାର କୋଭିଡ୍-୧୯ ପରିସ୍ଥିତି ସମୀକ୍ଷା କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ବୈଠକ ଡକାଇଛନ୍ତି।
ବୁଧବାର ଦିନ ଦିଲ୍ଲୀରେ ସଂକ୍ରମଣ ସଂଖ୍ୟାଥିଲା ୮, ୫୯୩। ଏହାକୁ ସହରର ସର୍ବାଧିକ ଦିନିକିଆ ସଂକ୍ରମଣ ମାମଲା ବୃଦ୍ଧି ଭାବେ ରେକର୍ଡ କରାଯାଇଥିଲା। ସେଦିନ ମଧ୍ୟ ୮୫ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିଲା। ନଭେମ୍ବର ୧୨ ତାରିଖ ଦିନ ମୃତ୍ୟୁସଂଖ୍ୟା ଥିଲା ୧୦୪। ଏହି ସଂଖ୍ୟା ଥିଲା ପାଞ୍ଚ ମାସ ମଧ୍ୟରେ ସର୍ବାଧିକ।
Image Courtesy of National Heraldସଂକ୍ରମଣ ମାମଲା ବୃଦ୍ଧି କାରଣରୁ ଆଜି ସନ୍ଧ୍ୟା ୫ଟାରେ ଶାହା ଦିଲ୍ଲୀସ୍ଥିତ ଗୃହ ବ୍ୟାପାର ମନ୍ତ୍ରାଳୟର ନର୍ଥ ବ୍ଲକ୍ରେ ଏକ ବୈଠକର ଆୟୋଜନ କରିଛନ୍ତି। ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜାଲ୍, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏହି ବୈଠକରେ ଯୋଗ ଦେବେ ବୋଲି ଆଶା କରାଯାଉଛି।
ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଜାତୀୟ ରାଜଧାନୀ ଦିଲ୍ଲୀରେ ସମୁଦାୟ ସଂକ୍ରମଣ ମାମଲା ୪, ୮୨, ୧୭୦କୁ ବୃଦ୍ଧି ପାଇଛି। ଶନିବାର ସୁଦ୍ଧା ମୃତ୍ୟୁ ଘଟିଥିବା ୯୬ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ମୃତ୍ୟୁସଂଖ୍ୟା ୭, ୫୧୯ରେ ପହଞ୍ଚିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Amit-Shah.jpeg)