ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ମିଳିଲା ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ସରକାରୀ ବାସଭବନ; ହେଲେ ଏଥିରେ ରହିଗଲା କେଁ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨.୦ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ସ୍ୱରାଷ୍ଟ୍ର ବିଭାଗର ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବା ତଥା ମୋଦି ମନ୍ତ୍ରିମଣ୍ଡଳରେ ନମ୍ବର ୨ ଭାବେ ପରିଗଣିତ ହେଉଥିବା ଅମିତ୍‌ ଶାହାଙ୍କୁ କେନ୍ଦ୍ର କରି ଏବେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସ୍ୱରାଷ୍ଟ୍ର ବିଭାଗର ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବା ଅମିତ୍‌ ଶାହାଙ୍କୁ ତାଙ୍କର ନୂତନ ସରକାରୀ ବାସଭବନ ଭାବେ ୬ଏ କୃଷ୍ଣ ମେନନ୍‌ ମାର୍ଗ ବଙ୍ଗଲୋକୁ ଆବଣ୍ଟନ କରାଯାଇଛି। ୬ଏ କୃଷ୍ଣ ମେନନ୍‌ ମାର୍ଗ ବଙ୍ଗଲୋର ବିଶେଷତ୍ୱ ହେଲା ଏହି ବଙ୍ଗ୍‌ଲୋଟି ଥିଲା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରୀ ବାସଭବନ। ତେଣୁ, ସ୍ୱାଭାବିକ ଭାବେ ଏହି ବଙ୍ଗ୍‌ଲୋକୁ ନିଜର ସରକାରୀ ବାସଭବନ ରୂପେ ପାଇବାକୁ ମୋଦିଙ୍କ ନମ୍ବର ୨ ଅମିତ ଶାହାଙ୍କର ମଧ୍ୟ ବିଶେଷ ଆଗ୍ରହ ରହିଛି। ଏଥିରେ, କିଛି ଅସଙ୍ଗତି ମଧ୍ୟ ନାହିଁ।

ତେବେ, ଅସୁବିଧାଟି ହେଲା ସଂପ୍ରତି ୬ଏ କୃଷ୍ଣ ମେନନ୍‌ ମାର୍ଗ ବଙ୍ଗଲୋରେ ଅବସ୍ଥାନ କରୁଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ। ଜଷ୍ଟିସ୍‌ ଗୋଗେଇଙ୍କ କାର୍ଯ୍ୟକାଳ ଏବେ ବି ଆହୁରି ବାକି ଅଛି। ତେଣୁ, ପରିସ୍ଥିତିରେ ୬ଏ କୃଷ୍ଣ ମେନନ୍‌ ମାର୍ଗ ବଙ୍ଗଲୋକୁ ଖାଲି କରି କିପରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ହସ୍ତାନ୍ତର କରାଯିବ, ତାହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର