ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁରରେ ହୋଇଥିବା ନକ୍ସଲ ହମଲାରେ ପ୍ରାଣ ହରାଇଥିବା ୨୨ ଜଣ ଯବାନଙ୍କୁ ଆଜି ଜଗଦଲପୁରଠାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିର୍ବାଚନ ପ୍ରଚାର ଛାଡି ଜଗଦଲପୁର ଠାରେ ପହଞ୍ଚିଥିଲେ। ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ମଧ୍ୟ ଉପସ୍ଥିତ ଥିଲେ। ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ଜନସାଧାରଣ, ପରିବାର ବର୍ଗ, ସଂପର୍କୀୟଙ୍କ ଅଶ୍ରୁରେ ସାରା ଅଞ୍ଚଳ ଭିଜିଯାଇଥିଲା।ଲୋକଙ୍କ କ୍ରନ୍ଦନ ମାଇଲ ମାଇଲ ବାଟ ଶୁଭୁଥିଲା। ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ପରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।
/sambad/media/post_attachments/wp-content/uploads/2021/04/Mkg-home-minister-Amit-Saha-at-Jagdalpur-1.jpg)
ଏହି ବୈଠକରେ ଡିଜିପି,ଆଇଜି,ଏସପି ସମେତ ବହୁ ଅଧିକାରୀ ଉପସ୍ଥିତ ରହିଥିଲେ। ଏହି ବୈଠକରେ ପରେ ଅମିତ ଶାହା କହିଥିଲେ ଯେ ଏହି ଲଢେଇ ବନ୍ଦ ହେବ ନାହିଁ ବରଂ ଆଗକୁ ଦ୍ବିଗୁଣ ଲଢେଇ ହେବ। ନକ୍ସଲଙ୍କୁ ଏହାର ଜବାବ ଦେବାକୁ ପଡିବ। ଲଗାତାର ଦୁର୍ଗମ ଅଂଚଳରେ ସୁରକ୍ଷାକର୍ମୀଙ୍କର କ୍ୟାମ୍ପ ପ୍ରତିଷ୍ଠା କରାଯାଉଛି। ଯାହାଫଳରେ ନକ୍ସଲ ଏକ ପ୍ରକାର ଭୟଭିତ ହୋଇପଡିଛନ୍ତି। ତେଣୁ ଏଭଳି ପଛୁଆ ଆକ୍ରମଣ କରୁଛନ୍ତି। ଯବାନ ଦେଇଥିବା ବଳିଦାନକୁ କେବେ ମଧ୍ୟ ଭୁଲି ହେବ ନାହିଁ। ଯବାନଙ୍କର ଏହି ବଳିଦାନ ବ୍ୟର୍ଥ ହେବ ନାହିଁ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ମଧ୍ୟ ନିଜ ବକ୍ତବ୍ୟରେ କହିଥିଲେ ଯେ ନକ୍ସଲଙ୍କର ମଧ୍ୟ ବହୁ କ୍ଷତି ହୋଇଛି।
/sambad/media/post_attachments/wp-content/uploads/2021/04/Mkg-home-minister-Amit-Saha-at-Jagdalpur-3-1024x492.jpg)
ରାକେଶ୍ବର ସିଂ ବର୍ତ୍ତମାନ ମଧ୍ୟ ନିଖୋଜ ରହିଛନ୍ତି। ସେ ଜମ୍ମୁକଶ୍ମୀର ବୋଲି ଜଣାପଡିଛି। ୩୦ ଯବାନ ଏବେ ମଧ୍ୟ ମୃତ୍ୟୁ ସହ ଲଢେଇ କରୁଛନ୍ତି। ୧୩ ଜଣଙ୍କୁ ରାୟପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ୧୭ ଜଣ ବିଜାପୁର ଜିଲ୍ଲା ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ବସ୍ତର ଆଇଜି ସୁନ୍ଦରରାଜଙ୍କ କହିବା ଅନୁଯାୟୀ ୧୨ ଜଣ ନକ୍ସଲ ମୃତ୍ୟୁବରଣ କରିଛନ୍ତି। ୧୬ ଜଣ ନକ୍ସଲ ଗୁରୁତର ଆହତ ହୋଇଛନ୍ତି। ନକ୍ସଲ ଯବାନଙ୍କ ଠାରୁ ୧୦ଟି ଅସ୍ତ୍ରଶସ୍ତ୍ର ଲୁଟ କରି ନେଇଛନ୍ତି। ସେଥିମଧ୍ୟରୁ ୭ଟି ଏକେ-୪୭,୨ଟି ଏସଏଲଆର, ଗୋଟିଏ ଏଲଏମଜି ସାମିଲ ରହିଛି। ତେବେ ନକ୍ସଲଙ୍କୁ ଦମନ ନେଇ ଅପରେସନ ପ୍ରହାର-୩ ଆରମ୍ଭ ହୋଇଯାଇଥିବା କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Mkg-home-minister-Amit-Saha-at-Jagdalpur-5.jpg)