ମାଓବାଦୀ ଦମନ ପାଇଁ ବିଶାଳ ପ୍ରସ୍ତୁତି, ସିଆର୍‌ପିଏଫ୍‌ ଅଧିକାରୀଙ୍କ ସହିତ ଗୃହମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ : ଛତିଶଗଡ଼ର ବିଜାପୁରରେ ମାଓବାଦୀଙ୍କ ବଡ଼ ଆକ୍ରମଣରେ ୨୨ ଜଣ ଯବାନ ସହିଦ ହେବାପରେ କେନ୍ଦ୍ର ସରକାର ମାଓବାଦୀ ଦମନ ପାଇଁ ବିଶାଳ ଅପରେସନ ଯୋଜନା କରୁଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ତାଙ୍କର ଆସାମ ଗସ୍ତ ବାତିଲ କରି ଦିଲ୍ଲୀରେ ଆଜି ଗୃହମନ୍ତ୍ରାଳୟ ଏବଂ ସିଆର୍‌ପିଏଫ୍‌ର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ଛତିଶଗଡ଼ରେ ମିଳିତ ସୁରକ୍ଷା ବାହିନୀର ରଣନୀତି ନିର୍ଦ୍ଧାରଣ ପାଇଁ ଏଥିରେ ବିସ୍ତୃତ ଆଲୋଚନା ହୋଇଛି। ଏହା ସହିତ ବିଜାପୁର ଆକ୍ରମଣ ମାମଲାର ତଦନ୍ତ ଭାର ଏନ୍‌ଆଇଏ ଦ୍ବାରା କରାଯିବ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି। ଛତିଶଗଡ଼ରେ ବିଗତ ୩ ବର୍ଷ ଭିତରେ ୯୭୦ଟି ମାଓବାଦୀ କାଣ୍ଡ ଘଟିଛି ଏବଂ ସୁକୁମା ଅଂଚଳ ଏବେ ବି ମାଓବାଦୀଙ୍କ ଗଡ଼ ହୋଇ ରହିଛି । ଦେଶର ଅନ୍ୟ ନକ୍ସଲ ପ୍ରଭାବିତ ଅଂଚଳରେ ସରକାରଙ୍କୁ ଯେଭଳି ସଫଳତା ହାସଲ ହୋଇଛି ସେଭଳି ସଫଳତା ସୁକୁମାରେ ମିଳିନାହିଁ।

ଗୃହ ମନ୍ତ୍ରାଳୟ ତଥ୍ୟା ମୁତାବକ ୨୦୧୮ରେ ଦେଶରେ ୮୩୩ଟି ନକ୍ସଲ ହିଂସା ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ରେ ଏହା ୬୭୦କୁ ହ୍ରାସ ପାଇଛି । ୨୦୨୦ରେ ମୋଟ୍‌ ୬୬୫ଟି ନକ୍ସଲ ହିଂସା ମାମଲା ରୁଜୁ ହୋଇଥିବା ବେଳେ ଅଧିକାଂଶ ଛତିଶଗଡ଼ରେ ଘଟିଛି । ଛତିଶଗଡ଼ରେ ୨୦୧୮ରୁ ୨୦୨୦ ମଧ୍ୟରେ ୯୭୦ଟି ନକ୍ସଲ ହିଂସା ମାମଲା ସାମ୍ନାକୁ ଆସିଥିଲା ।

ସମ୍ବନ୍ଧିତ ଖବର