କର୍ଣ୍ଣାଟକ ବନ୍ୟାର ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

ବାଙ୍ଗାଲୋର: କର୍ଣ୍ଣାଟକରେ ବନ୍ୟା ସ୍ଥିତି ସଙ୍କଟଜନକ ରହିଛି। ପ୍ରବଳ ବର୍ଷାଯୋଗୁଁ ଉତ୍ତର, ମଧ୍ୟ ଏବଂ ଉପକୂଳ କର୍ଣ୍ଣାଟକରେ ଅବସ୍ଥା ସାଂଘାତିକ ହୋଇପଡ଼ିଛି। ବନ୍ୟା ଯୋଗୁଁ ୩୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କିଛି ଲୋକ ନିଖୋଜ ଅଛନ୍ତି। ଆଜି କର୍ଣ୍ଣାଟକ ବନ୍ୟା ସ୍ଥିତିର ଅନୁଧ୍ୟାନ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା | କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ସହ ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଦେଖିଛନ୍ତି ଗୃହ ମନ୍ତ୍ରୀ |

ରାଜ୍ୟରେ ୫,୦୦୦ କୋଟି ଟଙ୍କାର କ୍ଷତି ହୋଇଥିବା ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା କହିଛନ୍ତି। କର୍ଣ୍ଣାଟକରେ ବେଲାଗଭି, ବାଗକଲୋଟ୍‌, ବିଜୟପୁରା, ରାଇଚୁର, ୟାଦଗିରି, ଗଡ଼ଗ, ଉତ୍ତର କନ୍ନଡ଼, ହାଭେରି, ହୁବ୍ବାଲି-, ଦକ୍ଷିଣ କନ୍ନଡ଼, ଚିକ୍କମଗଲୁର ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଗତକାଲି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳ ସୀତାରମଣ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ|

ତେବେ କର୍ଣ୍ଣାଟକ ବନ୍ୟାକୁ ନେଇ ରାଜନୀତି ମଧ୍ୟ ତୀବ୍ର ହୋଇଛି | ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ କହିଛନ୍ତି ଯେ ୟେଦୁରପ୍ପାଙ୍କ ବୟସ ଅଧିକ ହୋଇଯାଇଥିବାବେଳେ ତାଙ୍କ ପାଖରେ ମନ୍ତ୍ରୀମଣ୍ଡଳ ମଧ୍ୟ ନାହିଁ | ସେଥିପାଇଁ ତାଙ୍କୁ ବହୁତ କଷ୍ଟର ସାମ୍ନା କରିବାକୁ ପଡୁଛି |

ସମ୍ବନ୍ଧିତ ଖବର