ଏନପିଆରକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, କୌଣସି ଦସ୍ତାବିଜ ମଗାଯିବ ନାହିଁ: ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: ଏନପିଆର ବା ଜାତୀୟ ଜନସଂଖ୍ୟା ରେଜିଷ୍ଟର ପାଇଁ ଦେଶବାସୀ ଭୟ କରନ୍ତୁ ନାହିଁ | କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ରାଜ୍ୟସଭାରେ ଏନପିଆର ବାବଦରେ କହିଛନ୍ତି ଯେ ଭାରତବାସୀଙ୍କୁ ଜାତୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର) ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ କାରଣ ଏଥିରେ କେହି ସନ୍ଦେହ କରିବେ ନାହିଁ।

ଶାହା କହିଛନ୍ତି, “ଏନପିଆର ବିଷୟରେ ଭୟ କରିବାର କୌଣସି ଆବଶ୍ୟକତା ନାହିଁ, କାହାକୁ ସନ୍ଦେହଜନକ ଭାବେ ଚିହ୍ନିତ କରାଯିବ ନାହିଁ। ଜାତୀୟ ଜନସଂଖ୍ୟା ରେଜିଷ୍ଟର ପାଇଁ କୌଣସି ଡକ୍ୟୁମେଣ୍ଟ ବା ଦସ୍ତାବିଜ ଖୋଜାଯିବ ନାହିଁ, କିଛି ସୂଚନା ପ୍ରଦାନ କରିବା ଇଚ୍ଛାଧୀନ ଅଟେ” |

The Quint

ସେ କହିଛନ୍ତି ଯେ ଦିଲ୍ଲୀରେ ହୋଇଥିବା ଦଙ୍ଗା ପାଇଁ ଯେଉଁମାନେ ଦାୟୀ, ସେମାନଙ୍କ ଜାତି, ଧର୍ମ ଏବଂ ରାଜନୈତିକ ସମ୍ପୃକ୍ତି ନିର୍ବିଶେଷରେ ଚିହ୍ନଟ କରାଯିବ । ଦିଲ୍ଲୀ ଦଙ୍ଗା ଉପରେ ରାଜ୍ୟସଭାରେ ଏକ ସ୍ୱଳ୍ପ ସମୟର ବିତର୍କର ଜବାବ ଦେଇ ସେ କହିଛନ୍ତି ଯେ ୭୦୦ ରୁ ଅଧିକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି ଏବଂ ପ୍ରମାଣ ଆଧାରରେ ୨୬୦୦ ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର