ଆସୁଛି ଗଣତନ୍ତ୍ର ଦିବସ : ସତର୍କତାର ସହ କାଗଜ ତ୍ରିରଙ୍ଗା ବ୍ୟବହାର ପାଇଁ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ

ନୂଆଦିଲ୍ଲୀ : ଆଗକୁ ଗଣତନ୍ତ୍ର ଦିବସ । ଦେଶର ବିଭିନ୍ନ ସ୍ଥାନରେ ଏହି ଜାତୀୟ ଦିବସ ପାଳନ ପାଇଁ ପ୍ରସ୍ତୁତି ଚାଲିଛି । କିନ୍ତୁ ଗଣତନ୍ତ୍ର ଦିବସ ପାଳନ ବେଳେ ଯେପରି ଜାତୀୟ ପତାକାର ଅସମ୍ମାନ ନ ହୁଏ ସେଦିଗରେ ସତର୍କ ରହିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟ ସରକାରମାନଙ୍କୁ ସତର୍କ କରାଇଦେଇଛି ।

ବିଶେଷକରି କାଗଜ ନିର୍ମିତ ଜାତୀୟ ପତାକାର ବ୍ୟବହାର ବେଳେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ଗଣତନ୍ତ୍ର ଦିବସ ସମାରୋହ ଶେଷ ହେବା ପରେ ଲୋକମାନେ କାଗଜ ନିର୍ମିତ ପତାକା ଯେପରି ଏଣେ ତେଣେ ନ ପକାନ୍ତି ସେ ଦିଗରେ ପ୍ରଶାସନ ସତର୍କ ରହିବା ସହ କାଗଜ ପତାକାଗୁଡ଼ିକର ସମ୍ମାନ ରକ୍ଷା ସହ ଗୋପନରେ ସେଗୁଡ଼ିକୁ ନଷ୍ଟ କରିବାକୁ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯଇଛି ।

ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ପତ୍ର ଲେଖି କେନ୍ଦ୍ର ଗୃହ ମନ୍ତ୍ରାଳୟର ଉପସଚିବ ପ୍ରେମ ପ୍ରକାଶ ଦର୍ଶାଇଛନ୍ତି ଯେ, ତ୍ରିରଙ୍ଗା ଦେଶର ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାର ପ୍ରତୀକ । ଏଣୁ ଏହାକୁ ସର୍ବୋଚ୍ଚ ସମ୍ମାନ ଦିଆଯିବା ଉଚିତ ଓ ଏଥିପାଇଁ ଆଇନରେ ବ୍ୟବସ୍ଥା ରହିଛି । କେଉଁ କେଉଁ କ୍ଷେତ୍ରରେ ଜାତୀୟ ପତାକାକୁ ଅସମ୍ମାନ ହେଲା ବୋଲି ଧରାଯିବ ସେ ନେଇ ଭାରତୀୟ ପତାକା ଆଇନ ବା ଫ୍ଲାଗ କୋଡ ଅଫ ଇଣ୍ଡିଆରେ ଉଲ୍ଲେଖ ରହିଛି ।

୧. ଜାତୀୟ ପତାକାକୁ ବାଚନିକ ଓ ଶାରିରୀକଭାବେ ଅସମ୍ମାନ କରିବା ।

୨. କୌଣସି ବ୍ୟକ୍ତିଙ୍କ ସମ୍ମାନ ପାଇଁ ଜାତୀୟ ପତାକାରୁ ଢଳେଇ କରି ଧରିବା ।

୩. ସ୍ବତନ୍ତ୍ର ସରକାରୀ ନିର୍ଦ୍ଦେଶ ବ୍ୟତିତ ଅନ୍ୟ ସମୟରେ ଜାତୀୟ ପତାକାକୁ ଅର୍ଦ୍ଧନିମିତ୍ତ କରି ରଖିବା ।

୪. ଜାତୀୟ ପତାକାରେ ଲେଖିବା ବା ଚିତ୍ର କରିବା ।

୫. ଜାତୀୟ ପତାକାକୁ ପୋଷାକ ଭାବେ ବ୍ୟବହାର କରିବା ।

୬. ଜାତୀୟ ପତାକାରେ କୌଣସି ସାମଗ୍ରୀ ରଖିବା । ଉତ୍ତୋଳନ ପୂର୍ବରୁ ଜାତୀୟ ପତାକାରେ କେବଳ ଫୁଲ ପାଖୁଡ଼ା ରଖାଯାଇପାରିବ ।

୭. ଜାଣିଣୁଣି ପକାତାକୁ ଭୂମି ସ୍ପର୍ଶ କରାଇବା ।

୮. ଜାଣିଶୁଣି ଜାତୀୟ ପତାକାକୁ ଓଲଟା ଉଡ଼ାଇବା ।

୯. କୌଣସି ପ୍ରତିମୂର୍ତ୍ତିରେ ଜାତୀୟ ପତାକା ଗୁଡ଼ାଇବା କିମ୍ବା ସଭାସମିତିରେ ଟେବୁଲ ଆବୃତ୍ତ କରିବାକୁ ବ୍ୟବହାର କରିବା ।

୧୦. କୌଣସି କୋଠାକୁ ଆବୃତ୍ତ କରିବାକୁ ଜାତୀୟ ପତାକାକୁ ବ୍ୟବହାର କରିବା ।

 

 

 

ସମ୍ବନ୍ଧିତ ଖବର