ନୂଆଦିଲ୍ଲୀ: ବିଏସଏଫ ଡିଜି ଓ ପଶ୍ଚିମାଞ୍ଚଳ ସ୍ପେଶାଲ ଡିଜିଙ୍କୁ ଦାୟିତ୍ୱରୁ ହଟାଇଲେ କେନ୍ଦ୍ର ସରକାର । ବିଏସଏଫ ଡିଜି ପଦରୁ ବରିଷ୍ଠ ଆଇପିଏସ ନୀତୀନ ଅଗ୍ରୱାଲ ଓ ସ୍ପେଶାଲ ଡିଜି ପଦରୁ ୱାଇବି ଖୁରାନିଆଙ୍କୁ ପଦରୁ ହଟାଇଛି ଗୃହ ମନ୍ତ୍ରାଳୟ । ଏଥିସହ ଏହି ଦୁଇ ବରିଷ୍ଠ ଆଇପିଏସଙ୍କୁ ନିଜ ନିଜ ରାଜ୍ୟକୁ ପଠାଇଦିଆଯାଇଛି ।

Advertisment

ବରିଷ୍ଠ ଆଇପିଏସ ନୀତୀନ ଅଗ୍ରୱାଲ କେରଳ ଯାଇଥିବା ବେଳେ ୱାଇବି ଖୁରାନିଆ ଓଡ଼ିଶାକୁ ପଠାଯାଇଥିବା ସୂଚନା ରହିଛି । ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଅନୁସାରେ, ଜମ୍ମୁ କାଶ୍ମୀରରେ ଅନୁପ୍ରବେଶ ବଢିଥିବାରୁ ଏଭଳି କାର୍ୟ୍ୟାନୁଷ୍ଠାନ ନିଆ ଯାଇଥିବା ସନ୍ଦେହ କରାଯାଉଛି । ସେପଟେ ୱା.ବି ଖୁରନିଆ ଓଡ଼ିଶା ଆସିବା ପରେ ତାଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟୀତ୍ୱ ମିଳିପାରେ ବୋଲି କୁହାଯାଉଛି। ଏପିରିକି ସେ ଓଡ଼ିଶାର ନୂଆ ଡିଜିପି ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।