ଏୟାର ଇଣ୍ଡିଆର ନୂଆ ସିଇଓଙ୍କ ବାବଦରେ ଯାଞ୍ଚ କରିବ ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଭାରତ ସରକାର ଏୟାର ଇଣ୍ଡିଆର ନୂତନ ନିଯୁକ୍ତ ସିଇଓ ଇଲକର ଆଇସିଙ୍କ ପୃଷ୍ଠଭୂମି ଯାଞ୍ଚ କରିବେ। ସରକାରୀ ସୂତ୍ରରୁ ଏହି ସୂଚନା ଦିଆଯାଇଛି। ଟାଟା ଗ୍ରୁପ୍ କିଛି ଦିନ ତଳେ ଆଇସିଙ୍କୁ ସିଇଓ ଭାବରେ ନିଯୁକ୍ତି ପାଇଁ ଘୋଷଣା କରିଥିଲା । ଆଇସି ଜଣେ ତୁର୍କୀ ନାଗରିକ ହୋଇଥିବାବେଳେ ସୂତ୍ରରୁ ପ୍ରକାଶ ଯେ ଗୃହ ମନ୍ତ୍ରାଳୟ ସମସ୍ତ ବିଦେଶୀ ନାଗରିକଙ୍କ ଉପରେ ପୁଙ୍ଖାନୁପୁଙ୍ଖ ପୃଷ୍ଠଭୂମି ଯାଞ୍ଚ କରିଥାଏ |

ସେହିପରି ଯେତେବେଳେ କୌଣସି ବିଦେଶୀ ଭାରତୀୟ କମ୍ପାନୀରେ ପ୍ରମୁଖ ପଦବୀରେ ନିଯୁକ୍ତ ହୁଅନ୍ତି ତାଙ୍କ ବାବଦରେ ସମସ୍ତ ତଥ୍ୟ ନେଇଥାଏ ଗୃହ ମନ୍ତ୍ରାଳୟ । ଆଇସି ଜଣେ ତୁର୍କୀ ନାଗରିକ ହୋଇଥିବାରୁ ତାଙ୍କ ପୃଷ୍ଠଭୂମି ଯାଞ୍ଚ କରିବା ପାଇଁ ଗୃହ ମନ୍ତ୍ରାଳୟ ଗୁପ୍ତଚର ଏଜେନ୍ସି ‘ର’ ର ସାହାଯ୍ୟ ନେବ ବୋଲି ଆଶା କରାଯାଉଛି |

ଇଲକର ଆଇସି କିଏ?
ଇଲକର ଆଇସି ଜଣେ ତୁର୍କୀ ବ୍ୟବସାୟୀ | ଆଇସି ୧୯୯୪ ରେ ବର୍ତ୍ତମାନର ତୁର୍କୀ ରାଷ୍ଟ୍ରପତି ରିସେପ୍ ତାଇପ ଏରଡୋଆନଙ୍କ ପରାମର୍ଶଦାତା ଥିଲେ। ଏଥିସହ ସେ ୨୦୧୫ ରୁ ୨୦୨୨ ପର୍ଯ୍ୟନ୍ତ ତୁର୍କୀ ଏୟାରଲାଇନ୍ସର ଚେୟାରମ୍ୟାନ ଭାବରେ କାର୍ଯ୍ୟ କରିଥିଲେ। ଇଲକର ଆଇସି ୨୦୦୫ ରୁ ୨୦୧୧ ପର୍ଯ୍ୟନ୍ତ ଅନେକ ବୀମା କମ୍ପାନୀର ସିଇଓ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଜାନୁଆରୀ ୨୦୧୧ ରେ, ତାଙ୍କୁ ତୁର୍କୀର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିବେଶ ସହାୟତା ଏବଂ ପ୍ରୋତ୍ସାହନ ଏଜେନ୍ସିର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇଥିଲା ।

ସମ୍ବନ୍ଧିତ ଖବର