ଭାରତରେ ଦେଖିହେବ ନାହିଁ ଅଲ-ଜଜିରା, ଲାଇସେନ୍ସ ପ୍ରତ୍ୟାହାର କଲେ ଭାରତ ସରକାର

ଆଦିଲ୍ଲୀ : କାତାର ଭିତ୍ତିକ ସମ୍ବାଦ ଚ୍ୟାନେଲ ଅଲ-ଜଜିରାକୁ ଦିଆଯାଇଥିବା ସୁରକ୍ଷା ଲାଇସେନ୍ସକୁ ଭାରତ ସରକାର ପ୍ରତ୍ୟାହାର କରିନେଇଛନ୍ତି । ଏହି ଚ୍ୟାନେଲରେ କାଶ୍ମୀର ସଂପର୍କରେ ପ୍ରସାରିତ ଏକ ଡକ୍ୟୁମେଣ୍ଟାରୀରେ କାଶ୍ମୀରକୁ ଭାରତର ଏକ ଅଂଗଭାବେ ଦେଖାଯାଇନଥିଲା । ଏହା କରି ଚ୍ୟାନେଲ ଭାରତର ଅଖଣ୍ଡତା ଓ ସାର୍ବଭୌମତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସରକାର କହିଛନ୍ତି । ଭାରତ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଭାରତରେ ଏହି ଚ୍ୟାନେଲର ପ୍ରସାରଣ ବନ୍ଦ ହେବାର ଆଶଙ୍କା ଦେଖାଦେଇଛି ।
ଟିଭି ଚ୍ୟାନେଲଗୁଡ଼ିକୁ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପ୍ରସାରଣ ଲାଇସେନ୍ସ ଦିଆଯାଏ, କିନ୍ତୁ ଗୃହ ମନ୍ତ୍ରାଳୟ ପକ୍ଷରୁ ସେଗୁଡ଼ିକୁ ସୁରକ୍ଷା ପ୍ରମାଣପତ୍ର ଦିଆଯାଇଥାଏ । ଜଣେ ସରକାରୀ ମୁଖପାତ୍ର କହିଛନ୍ତି ଯେ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଗ ଓ ଏହି ନୀତିରେ ହସ୍ତକ୍ଷେପ କୌଣସି ମତେ ବରଦାସ୍ତ କରାଯିବ ନାହିଁ । ଏହି ଲାଇସେନ୍ସ ଅଲ-ଜଜିରାକୁ ଗତ ଡିସେମ୍ବର ୩, ୨୦୧୦ରେ ପ୍ରଦାନ କରାଯାଇଥିଲା ଓ ଗତ ମଇ ୨୯ରେ ଏହି ଲାଇସେନ୍ସ ପ୍ରତ୍ୟାହାର କରାଯାଇଥିଲା ।

ସମ୍ବନ୍ଧିତ ଖବର