ହୋମ୍‌ କ୍ବାରାଣ୍ଟିନ୍‌ ଷ୍ଟାମ୍ପ ଲାଗିଥିବା ବ୍ୟକ୍ତି ବାହାରକୁ ଗଲେ ଗିରଫ ହେବେ

ବେଙ୍ଗାଲୁରୁ: ଯେଉଁମାନଙ୍କ ହାତରେ ହୋମ୍‌ କ୍ବାରାଣ୍ଟିନ୍‌ ଷ୍ଟାମ୍‌ ଲଗାଯାଇଛି, ସେମାନେ ବାହାରକୁ ବାହାରିଲେ ସେମାନଙ୍କୁ ଗିରଫ କରାଯିବ ବୋଲି ବେଙ୍ଗାଲୁରୁ ସିଟି ପୁଲିସ କମିସନର ଭାସ୍କର ରାଓ କହିଛନ୍ତି। ବେଙ୍ଗାଲୁରୁରେ ବିଦେଶରୁ ଫେରିଥିବା ୫,୦୦୦ ଲୋକଙ୍କ ହାତରେ ହୋମ୍‌ କ୍ବାରାଣ୍ଟିନ୍‌ ଷ୍ଟାମ୍ପ୍‌ ଲଗାଯାଇଛି। ତେବେ ଏମାନଙ୍କ ମଧ୍ୟରୁ କେତେକ ବିଏମ୍‌ଟିସି (ବେଙ୍ଗାଲୁରୁ ମେଟ୍ରୋପଲିଟାନ୍‌ ଟ୍ରାନ୍‌ସପୋର୍ଟ କର୍ପୋରେସନ) ବସ୍‌ରେ ବୁଲାବୁଲି କରୁଥିବାର ନଜରକୁ ଆସିଛି। ଏମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ‌ବୋଲି ସିଟି କମିସନର ଶ୍ରୀ ରାଓ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବିଦେଶରୁ ଫେରୁଥିବା ବ୍ୟକ୍ତିଙ୍କୁ ହୋମ୍‌ କ୍ବାରାଣ୍ଟିନ୍‌ କରିବା ଦିନରୁ ୧୪ ଦିନ ଯାଏ ଏହି ଷ୍ଟାମ୍ପରେ ତାରିଖ ପଡୁଛି। ଏଣୁ ଏହି ୧୪ ଦିନ ମଧ୍ୟରେ ହୋମ୍‌ କ୍ବାରାଣ୍ଟିନ୍‌ରେ ଥିବା ଅବସ୍ଥାରେ ଯଦି କେହି ବାହାରକୁ ବୁଲି ଯାଆନ୍ତି, ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର