ନୂଆଦିଲ୍ଲୀ: ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଘର ସ୍ଥାନାନ୍ତର | କଥାଟି ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | ୩ କୋଟି ଟଙ୍କା ଖର୍ଚ୍ଚ କରି ଜଣେ ବ୍ୟକ୍ତି ଏଭଳି ଏକ ଆଶ୍ଚର୍ଯ୍ୟ କରିଦେଖାଇଛନ୍ତି | ସାନଫ୍ରାନସିସକୋରେ ଏଭଳି ଏକ ଘଟଣା ଘଟିଛି, ଯେଉଁଠି ଘରମାଲିକ ୩ କୋଟି ଟଙ୍କା ଖର୍ଚ୍ଚ କରି ନିଜର ୫ ହଜାର ବର୍ଗଫୁଟର ଘରକୁ ସ୍ଥାନାନ୍ତର କରିନେଇଛନ୍ତି | ତେବେ ଏହି ସ୍ଥାନାନ୍ତର ପ୍ରକ୍ରିୟା ଦେଖି ସ୍ଥାନୀୟ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି |
ମିଳିଥିବା ସୂଚନା ମୁତାବକ ସାନଫ୍ରାନ୍ସିସକୋ ସହରର ଜଣେ ବ୍ୟକ୍ତି ନିଜ ଘରକୁ ନ ଭାଙ୍ଗି ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଯୋଜନା କଲେ | ଏଥିପାଇଁ ସେ କିଛି ସିଭିଲ ଇଂଜିନିୟରଙ୍କ ସହ ଯୋଜନା କଲେ | ଏହା ପରେ ଏକ ଟ୍ରକ ମାଧ୍ୟମରେ ୫ ହଜାର ବର୍ଗଫୁଟର ଏହି ଘରକୁ ସ୍ଥାନାନ୍ତର କରାଯାଇଥିଲା |
ଏହି ଘରଟିରେ ୬ଟି ବେଡ଼ରୁମ ଥିବାବେଳେ ୧୩୯ ବର୍ଷର ପୁରୁଣା ଘରକୁ ୧ କିଲୋମିଟର ନେବାକୁ ପ୍ରାୟ ୬ ଘଣ୍ଟା ସମୟ ଲାଗିଥିଲା | ତେବେ ଏଥିପାଇଁ ରାସ୍ତାରେ ଥିବା କିଛି ଗଛର ଶାଖାକୁ କାଟିବାକୁ ପଡିଥିଲା | ଘର ସ୍ଥାନାନ୍ତର ପାଇଁ ଘରର ମାଲିକ ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ନେଇଥିଲେ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/aqwww.jpg)