କରୋନା ଚିକିତ୍ସା ପାଇଁ ହୋମିଓପ୍ୟାଥିକ ଔଷଧ ଆର୍ସେନିକମ୍ ଆଲବମ-୩୦କୁ ଅନୁମତି ଦେଲେ ମହାରାଷ୍ଟ୍ର ସରକାର

କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ଏହାର କ୍ଲିନିକାଲ ପରୀକ୍ଷଣ ପାଇଁ ଅନୁମତି

ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ଟପିଯାଇଛି । ତେବେ ରାଜ୍ୟ ସରକାର ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଚାଲିଛନ୍ତି । ନିକଟରେ ରାଜ୍ୟ ସରକାର କରୋନା ଚିକିତ୍ସା ପାଇଁ ହୋମିଓପ୍ୟାଥିକ, ଆୟୁର୍ବେଦ ଓ ୟୁନାନି ଚିକିତ୍ସାକୁ ଅନୁମତି ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ଏକ ସ୍ୱତନ୍ତ୍ର ଟାକ୍ସଫୋର୍ସ କରୋନା ସଂକ୍ରମିତଙ୍କ ଚିକିତ୍ସା ଓ ରୋଗପ୍ରତିଷେଧକ ଶକ୍ତିବୃଦ୍ଧି ପାଇଁ ହୋମିଓପ୍ୟାଥିକ ଔଷଧ ଆର୍ସେନିକମ ଆଲବମ-୩୦କୁ ଅନୁମତି ଦେଇଛି । ଏହି ଔଷଧ ୫୫ ବର୍ଷରୁ ଅଧିକ ବୟସର କରୋନା ରୋଗୀମାନଙ୍କୁ ଦିଆଯାଉଛି ।

The Hindu

ଗତ ଜୁନ ୮ରେ ଏହି ଔଷଧକୁ ଅନୁମତି ମିଳିବା ପରେ ମୁମ୍ବାଇର ବିଭିନ୍ନ କଣ୍ଟେନମେଣ୍ଟ ଜୋନ ଏବଂ ୨୪ଟି ଓ୍ଵାର୍ଡରେ ଏହାକୁ ବଣ୍ଟନ କରାଯାଉଛି । ବିଶେଷକରି ସଂକ୍ରମିତ ହେବାର ଆଶଙ୍କା ଥିବା ଲୋକମାନଙ୍କୁ ଏହାକୁ ବଣ୍ଟନ କରାଯାଉଛି ବୋଲି ମୁମ୍ବାଇର ଅତିରିକ୍ତ କମିଶନର ସୁରେଶ କକାନୀ କହିଛନ୍ତି ।

ଏହି ଟାସ୍କଫୋର୍ସ ମଧ୍ୟ ଆୟୁର୍ବେଦ ଔଷଧ ଅଗସ୍ତ୍ୟ ହରିତକି, ଆୟୁଷ-୬୪, ରାଶି ତେଲ ବ୍ୟବହାରକୁ ଅନୁମତି ଦେଇଛନ୍ତି ।
ଗତ ଜୁନ ୧୦ରେ ଆୟୁଷ ମନ୍ତ୍ରାଳୟ କହିଥିଲା ଯେ ହୋମିଓପ୍ୟାଥିକ ଔଷଧ ଆର୍ସେନିକମ ଆଲବମ-୩୦ର ପରୀକ୍ଷଣ ପାଇଁ ଅନୁମତି ଦିଆଯାଇଛି । ଏହା ପରେ ସେଣ୍ଟ୍ରାଲ କାଉନସିଲ ଫର ରିସର୍ଚ୍ଚ ଇନ ହୋମିଓପ୍ୟାଥି ପକ୍ଷରୁ ଦେଶର ୬ଟି ସହରରେ ଏହାର ପରୀକ୍ଷଣ ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର