ଅହମଦାବାଦ: ମାର୍ଚ ମାସରେ କୋଭିଡ୍-୧୯ ବ୍ୟାପିବା ପରଠାରୁ ରାଜ୍ୟର ଅର୍ଦ୍ଧାଧିକ ଲୋକଙ୍କୁ ରୋଗ ପ୍ରତିରୋଧ କରିବାକୁ ହୋମିଓପାଥି ଔଷଧ ‘ଆର୍ସେନିକମ୍ ଆଲ୍ବମ୍-୩୦’ ବଣ୍ଟନ କରାଯାଇଥିବା କଥା ଗୁଜରାଟ ସ୍ବାସ୍ଥ୍ୟ ବିଭାଗ କହିଛି।
ଗୁଜରାଟର କୋଭିଡ୍-୧୯ ପ୍ରତିରୋଧକ ରଣନୀତି ବିଷୟରେ ଅଗଷ୍ଟ ୨୦ ତାରିଖ ଦିନ ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ ନିକଟରେ ଦାଖଲ କରିଥିବା ଉପସ୍ଥାପନାରେ ସ୍ବାସ୍ଥ୍ୟ ବିଭାଗ କହିଛି ଯେ, ୩. ୪୮ କୋଟି ଲୋକଙ୍କୁ ‘ଆର୍ସେନିକମ୍ ଆଲ୍ବମ୍-୩୦’ ବଣ୍ଟନ କରାଯାଇଛି। ଏହା ହେଉଛି ରାଜ୍ୟର ସମୁଦାୟ ଜନସଂଖ୍ୟାର (୬. ୬ କୋଟି) ଅଧାରୁ ଅଧିକ।
ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଏ ଔଷଧ ଯେ, କୋଭିଡ୍-୧୯ ବିପକ୍ଷରେ କାମ କରୁଛି, ତା’ର କୌଣସି ବିଜ୍ଞାନସମ୍ମତ ପ୍ରମାଣ ନାହିଁ। ଏ କଥା କେବଳ ଡାକ୍ତରୀ ବୈଜ୍ଞାନିକମାନେ କହୁନାହାନ୍ତି, କେତେକ ହୋମିଓପାଥି ଚିକିତ୍ସକମାନେ ବି କହୁଛନ୍ତି।
Image Courtesy of The Times of Indiaରାଜ୍ୟ ସରକାର ଆହୁରି ମଧ୍ୟ ଦାବି କରିଛନ୍ତି ଯେ, କ୍ବାରେଣ୍ଟିନ୍ ସମୟରେ ରୋଗପ୍ରତିରୋଧକ ଭାବେ ‘ଆୟୁଷ’ (ଆୟୁର୍ବେଦ, ଯୋଗ ଓ ନେଚରୋପାଥି, ୟୁନାନି, ସିଦ୍ଧ ଏବଂ ହୋମିଓପାଥି) ପ୍ରତିକାର ପାଇଥିବା ୯୯. ୬% ଲୋକଙ୍କର କରୋନାଭାଇରସ୍ ନେଗେଟିଭ୍ ଆସିଛି।
ଗଣମାଧ୍ୟମକୁ ସେୟାର୍ କରାଯାଇଥିବା ଉକ୍ତ ଉପସ୍ଥାପନାରେ ସ୍ବାସ୍ଥ୍ୟ ବିଭାଗ କହିଛି ଯେ, ‘ଆୟୁଷ’ ପଦକ୍ଷେପ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ଭାବେ ପ୍ରମାଣିତ ହୋଇଛି। ‘ଆୟୁଷ’ ଚିକିତ୍ସା ନିୟମ ବିକଶିତ କରାଯାଇଥିଲା ଏବଂ ଚିକିତ୍ସାର ସଫଳତା ମୂଲ୍ୟାୟନ ନିମନ୍ତେ ଗବେଷଣା ହୋଇଥିଲା।
କ୍ବାରେଣ୍ଟିନ୍ ସମୟରେ ପ୍ରାୟ ୩୩, ୨୬୮ଜଣ ଲୋକ ‘ଆୟୁଷ’ ଔଷଧ ଯୋଗୁଁ ଉପକୃତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅର୍ଦ୍ଧେକଙ୍କୁ ହୋମିଓପାଥି ଔଷଧ ଦିଆଯାଇଥିଲା ବୋଲି ସ୍ବାସ୍ଥ୍ୟ ବିଭାଗ ଉପସ୍ଥାପନାରେ ଉଲ୍ଲେଖ ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/Homeopathy.jpg)