ସ୍ମାର୍ଟଓ୍ଵାଚ୍‌ରୁ ଅଷ୍ଟ୍ରିଆନ୍‌ ଯୁବକଙ୍କୁ ଟ୍ରାକ୍‌ କଲେ ଦୁଇ ସିଆଇଏସ୍‌ଏଫ୍‌ ଅଫିସର, ଜାଣନ୍ତୁ କ’ଣ ଥିଲା ପୂରା ଘଟଣା

ନୂଆଦିଲ୍ଲୀ : ଦିଲ୍ଲୀରେ ଘଟିଥିବା ଏକ ଘଟଣା ଏବେ ଭାରତର ଭାବମୂର୍ତ୍ତିକୁ ବିଦେଶରେ ବୃଦ୍ଧି କରିଛି । ଜଣେ ଅଷ୍ଟ୍ରିଆନ୍‌ ଯୁବକ ଦିଲ୍ଲୀ ବିମାନବନ୍ଦରରେ ଚେକିଂ ପଏଣ୍ଟରେ ନିଜର ସ୍ମାର୍ଟଓ୍ଵାଚ୍‌ ଛାଡ଼ି ଯାଇଥିଲେ । ଏହାକୁ ପାଇବା ପରେ ଘଣ୍ଟାଟି କାହାର ସେ ନେଇ ତଦନ୍ତ ଆରମ୍ଭ ହୋଇଥିଲା । କିଛି ସମୟ ପରେ ସ୍ୱାର୍ଟଓ୍ଵାଚ୍‌ରେ ଥିବା ଫଟୋକୁ ଦେଖି ଦୁଇ ସିଆଇଏସ୍‌ଏଫ୍‌ ଅଫିସର ଅଷ୍ଟ୍ରିଆନ୍‌ ଯୁବକଙ୍କୁ ଖୋଜି ପାଇଥିଲେ । ପରେ ତାଙ୍କୁ ଘଣ୍ଟାଟି ଫେରାଇ ଦିଆଯାଇଥିଲା ।

indiatimes.com

ସୂଚନା ମୁତାବକ, ପିଟର ନାମକ ଜଣେ ଅଷ୍ଟ୍ରିଆନ୍‌ ଯୁବକ ଦିଲ୍ଲୀ ବିମାନବନ୍ଦରରେ ଚେକ୍‌ ଇନ୍‌ କରିବା ପରେ ତାଙ୍କର ସିକ୍ୟୁରିଟି ଚେକିଂ କରାଯାଇଥିଲା । ଏହା ପରେ ସେ ନିଜର ଜିନିଷ ନେଇ ବିମାନ ଆଡ଼କୁ ଯାଇଥିଲେ । କିନ୍ତୁ ତାଙ୍କ ସ୍ୱାର୍ଟଓ୍ଵାଚ୍‌ଟି ସିକ୍ୟୁରିଟି ଚେକିଂ କରାଯାଉଥିବା ସ୍ଥାନରେ ରହି ଯାଇଥିଲା । ପିଟର ଏହା ଜାଣି ପାରି ନଥିଲେ । କିଛି ସମୟ ପରେ ଦୁଇ ସିଆଇଏସ୍‌ଏଫ୍‌ କର୍ମଚାରୀ ଆସି ପିଟରଙ୍କୁ ପଛପଟୁ ଡ଼ାକିଥିଲେ । ହଠାତ୍‌ କିଛି ଜାଣି ପାରି ନଥିବା ପିଟର ନିଜ ସ୍ମାର୍ଟଓ୍ଵାଚ୍‌ ସିଆଇଏସ୍‌ଏଫ୍‌ କର୍ମଚାରୀଙ୍କ ହାତରେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହି ସ୍ମାର୍ଟଓ୍ଵାଚ୍‌ଟି ମୋର ବୋଲି କେମିତି ଜାଣିଲେ ପଚାରିବା ପରେ ଏଥିରେ ଥିବା ତୁମ ଫଟୋ ଦେଖି ତୁମକୁ ଚିହ୍ନଟ କରାଯାଇଛି ବୋଲି କହିଥିଲେ ସିଆଇଏସ୍‌ଏଫ୍‌ କର୍ମଚାରୀ । ଏହା ପରେ ପିଟର ସିଆଇଏସ୍‌ଏଫ୍‌ କର୍ମଚାରୀଙ୍କୁ ଧନ୍ୟବାଦ୍‌ ଜଣାଇ ବିମାନକୁ ଚାଲି ଯାଇଥିଲେ ।

ସମ୍ବନ୍ଧିତ ଖବର