ପାଟନା: 'ମତେ ଘରୁ ସିଏ ଭଗେଇକି ନେଇନାହାନ୍ତି, ମୁଁ ନିଜେ ତାଙ୍କ ସହ ପଳାଇ ଆସିଛି.. ପରିବାର ସଦସ୍ୟଙ୍କୁ ଅନୁରୋଧ ଯେ ନିଜ ଶକ୍ତିର ଦୁରୁପଯୋଗ କର ନାହିଁ ', ଏହା ହେଉଛି ବିହାରର ବେତିଆର ଜଣେ ଯୁବତୀ ମଧୁବାଲା କୁମାରିଙ୍କ ଭିଡ଼ିଓର ଛୋଟ ଅନୁରୋଧ | ନିକଟରେ ସେ ତାଙ୍କ ପ୍ରେମିକଙ୍କ ସହ ପଳାଇ ଯାଇ ବିବାହ କରିଥିଲେ। ବର୍ତ୍ତମାନ ମଧୁବାଲା ଏକ ଭିଡିଓ ଜାରି କରି ତାଙ୍କ ପରିବାର ଧମକ ଦେଇଥିବା ଅଭିଯୋଗ କରି ପୁଲିସର ସୁରକ୍ଷା ଲୋଡିଛନ୍ତି। ବିହାରରେ, ଯଦି ଗତ କିଛି ମାସର ଆକଳନକୁ ଦେଖିବା, ତେବେ ଏପରି ଘଟଣା ବୃଦ୍ଧି ପାଇଛି ଯେଉଁଥିରେ ଝିଅର ପରିବାର ସଦସ୍ୟ ସେମାନଙ୍କ ଝିଅର ନିଖୋଜ କିମ୍ବା ଅପହରଣ ପାଇଁ ଏଫ୍ଆଇଆର୍ ପଞ୍ଜିକରଣ କରିଛନ୍ତି। ଗୁରୁତର ଘଟଣା ଭାବି ଯେତେବେଳେ ପୁଲିସ ଶେଷ ପର୍ଯ୍ୟାୟରେ ପହଂଚିଥାଏ, ସେତେବେଳେ ଏହା ଅପହରଣ ହୋଇ ନ ଥିବା ଜଣା ପଡିଥାଏ। ଯେତେବେଳେ ପୁଲିସ ଯୁବତୀଙ୍କୁ ଫେରାଇ ଆଣିଥାଏ, ସେ ଅପହରଣକୁ ଅସ୍ୱୀକାର କରିବା ନେଇ କୋର୍ଟରେ ବିବୃତ୍ତି ଦେବା ସହ ନିଜ ପ୍ରେମିକଙ୍କ ସହ ରହିବାକୁ ଦାବି କରନ୍ତି ।
ଏହି ସବୁ ମାମଲାକୁ ବିହାର ପୁଲିସ ଏବେ 'ହନିମୁନ କିଡନାପିଙ୍ଗ'ର ନାମ ଦେଇଛି | ପୁଲିସର ରିପୋର୍ଟ ଅନୁଯାୟୀ, ବିହାରରେ ଗତ ୬ ମାସ ମଧ୍ୟରେ, ୧୮୭୦ଟି ମାମଲା ରୁଜୁ ହୋଇଛି | ଯେଉଁଥିରେ ବିବାହ ପାଇଁ ପ୍ରେମିକ ସହ ପ୍ରେମିକା ପଳାଇବା ମାମଲା ରହିଛି | ପୁଲିସର ରିପୋର୍ଟ ଅନୁସାରେ ଜାନୁଆରୀ ମାସରେ ୨୪୦ ମାମଲା, ଫେବୃଆରୀରେ ୨୪୭, ମାର୍ଚ୍ଚରେ ୨୯୭, ଏପ୍ରିଲରେ ୩୩୦, ମେ ମାସରେ ୩୮୩, ଜୁନ ମାସରେ ୩୭୩ ମାମଲା ପଞ୍ଜିକୃତ ହୋଇଥିଲା। ଯଦି ଏହି ଆକଳନକୁ ପ୍ରତିଦିନ ହିସାବରେ ଦେଖାଯାଏ, ତେବେ ବିହାରରେ ପ୍ରତି ଅଢେଇ ଘଣ୍ଟାରେ ଜଣେ ପ୍ରେମୀ ଯୁଗଳ ଘରୁ ପଳାୟନ କରୁଛନ୍ତି |
ଏଥି ସହିତ, ଚଳିତ ବର୍ଷ ଅର୍ଥାତ୍ ୨୦୨୨ ପହିଲାରୁ ଏବେସୁଦ୍ଧା ୨୭୭୮ ହନିମୁନ୍ କିଡନାପିଙ୍ଗ ମାମଲା ପଞ୍ଜିକୃତ ହୋଇଛି। ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ଅନୁଯାୟୀ ବିହାର ଏହି ମାମଲାରେ ଦ୍ୱିତୀୟ ସ୍ଥାନରେ ରହିଛି। ଯେଉଁଠାରେ ୨୦୨୦ ରେ ୫୩୦୮ଟି ଏପରି ଘଟଣା ଘଟିଥିଲା, ୨୦୨୧ରେ ୬୫୮୯ଟି ମାମଲା ରୁଜୁ ହୋଇଥିଲା। ୨୦୧୫ ମସିହାରେ ବିହାରରେ ପ୍ରେମ ସମ୍ପର୍କ ଏବଂ ବିବାହ ଉଦ୍ଦେଶ୍ୟରେ ୪୨୨୯ ଅପହରଣ ମାମଲା ରୁଜୁ ହୋଇଥିଲା। ୨୦୧୬ ରେ, ଏହି ମାମଲାଗୁଡିକ ୪୬୫୨ କୁ ବୃଦ୍ଧି ପାଇଥିଲା | ୨୦୧୭ ମସିହାରେ, ୬୨୧୭ ମାମଲା ପଂଜିକୃତ ହୋଇଥିଲା | ୨୦୧୮ରେ ପ୍ରାୟ ୮ ହଜାର ମାମଲା ପଞ୍ଜିକୃତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/4fe57a6f-623a-4410-9261-68b15c566ef1.jpg)