ପଞ୍ଚକୁଳା ହିଂସା ଷଡ୍‌ଯନ୍ତ୍ର କରିଥିଲେ ହନିପ୍ରୀତ୍‌

ପଞ୍ଚକୁଳା: ପଞ୍ଚକୁଳା ହିଂସାକାଣ୍ଡର ଅନ୍ୟତମ ମାଷ୍ଟର୍‌ମାଇଣ୍ଡ୍‌ ଭାବେ ହନିପ୍ରୀତ୍‌ଙ୍କୁ ଚିହ୍ନଟ କରାଯାଇଛି। ଅଗଷ୍ଟ ୨୫ ତାରିଖ ଦିନ ଏଠାରେ ହିଂସାକାଣ୍ଡ ଯୋଗୁଁ ପୁଲିସ ଗୁଳିରେ ୩୬ ଜଣ ଲୋକଙ୍କର ଜୀବନ ଯାଇଥିଲା। ଦୁଇ ସାଧ୍ୱୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ସିବିଆଇ ଅଦାଲତ୍‌ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମୀତଙ୍କୁ ଦୋଷୀ ସାବ୍ୟସ୍ତ କରିବା ମାତ୍ରେ ଡେରା ସମର୍ଥକମାନେ ଉଗ୍ର ହୋଇ ଉଠିଥିଲେ। ହିଂସାକାଣ୍ଡ ବନ୍ଦ କରାଇବାକୁ ଦାଙ୍ଗାକାରୀଙ୍କ ଉପରକୁ ପୁଲିସ ଗୁଳି ଚଳାଇ ଥିଲା।

ଏହି ମାମଲାରେ ପୁଲିସ ୧୬ ଜଣ ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରିଛି। ସେଥିରେ ହନିପ୍ରୀତ୍‌ଙ୍କ ନାଁ ବାରି ହୋଇ ପଡୁଛି। ଏହାର କାରଣ ଅଗଷ୍ଟ ୧୭ ତାରିଖରେ ଡେରାରେ ବସିଥିବା ଏକ ସଭାରେ ହନିପ୍ରୀତ୍‌ ସଭାପତି ହୋଇଥିଲେ। ସେହି ସଭାରେ ହିଂସାକାଣ୍ଡ ବିଷୟରେ ଯୋଜନା କରାଯାଇଥିବା କଥା ବିଶ୍ୱାସ କରାଯାଉଛି।

Image Courtesy of HT

ସମସ୍ତଙ୍କ ନାଁରେ, ବିଦ୍ରୋହ, ଅପରାଧିକ ଷଡ୍‌ଯନ୍ତ୍ର ଏବଂ ବେଆଇନ୍‌ ସଭା କରିବା ଆଦି ଚାର୍ଜ କରାଯାଇଛି। ତଦନ୍ତର ମୁଖ୍ୟ ଏସିପି ମୁକେଶ ମାଲହୋତ୍ରା ମଙ୍ଗଳବାର ଦିନ ପଞ୍ଚକୁଳା ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ୧୨୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍‌ ଦାଖଲ କରିଛନ୍ତି।
ଗୁରମୀତ୍‌ ହିଂସାକାଣ୍ଡରେ ପ୍ରତ୍ୟକ୍ଷ କି, ପରୋକ୍ଷଭାବେ ଜଡ଼ିତ ଥାଇ ଅଭିଯୁକ୍ତ ହେବା କଥା ଏବେ ଚାର୍ଜସିଟ୍‌ରେ ଦର୍ଶା ଯାଇ ନାହିଁ। ଭିଡିଓ-କନ୍‌ଫରେସିଙ୍ଗ୍‌ ଜରିଆରେ ହନିପ୍ରୀତ୍‌ ଏବଂ ଅନ୍ୟାନ୍ୟ ଅଭିଯୁକ୍ତମାନେ ଅମ୍ବାଲା ଜେଲ୍‌ରୁ ଅଦାଲତ୍‌ରେ ହାଜର କରାଯାଇଥିଲା।

ଚାର୍ଜସିଟ୍‌ରେ ଲେଖା ଯାଇଛି ଯେ ରାମ ରହିମଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ପୂର୍ବରୁ ଡେରା ଅନୁଚରମାନଙ୍କୁ ପଞ୍ଚକୁଳାକୁ ପଠାଇବା ନିମନ୍ତେ କରାଯାଇ ଥିବା ବୈଠକରେ ହନିପ୍ରୀତ୍‌ ଚେୟାର୍‌ମ୍ୟାନ୍‌ ହୋଇଥିବା କଥା ସ୍ୱୀକାର କରିଛନ୍ତି। ସିବିଆଇ କୋର୍ଟ ଗୁରମୀତ୍‌ଙ୍କୁ ଦୋଷୀ ସାବ୍ୟସ୍ତ କଲେ ହିଂସାକାଣ୍ଡ ଭିଆଇବାକୁ ଷଡ୍‌ଯନ୍ତ୍ର କରିଥିବା କଥା ସେ ସ୍ୱୀକାର କରିଛନ୍ତି।

Image Courtesy of The Indian Express

ମାମଲାରେ ଚାର୍ଜ ହୋଇଥିବା ଅନ୍ୟମାନେ ହେଉଛନ୍ତି ସୁଖଦୀପ କୌର୍‌, ରାକେଶ କୁମାର ଅରୋରା, ସୁରେନ୍ଦର୍‌ ଧିମାନ ଇନ୍‌ସାନ୍‌, ପ୍ରଦୀପ ଗୋୟାଲ୍‌ ଇନ୍‌ସାନ୍‌, ଚମକୌର୍‌ ସିଂହ ଇନ୍‌ସାନ୍‌, ଡାନ୍‌ ସିଂହ, ଗୋବିନ୍ଦ ରାମ, ଖୈରାତି ଲାଲ୍‌, ଦିଲ୍‌ଓ୍ଵାର୍‌ ଇନ୍‌ସାନ୍‌, ଗୁରମୀତ ସିଂହ ଏବଂ ଶରଣଜିତ୍‌ ସିଂହ।

ହିଂସା ବ୍ୟାପିବା ବେଳେ କେତେକ ସାମ୍ବାଦିକଙ୍କ ସମେତ ଘଟଣାସ୍ଥଳରେ ୬୭ ଜଣ ଲୋକ ଉପସ୍ଥିତ ଥିଲେ। ସେମାନଙ୍କୁ ସାକ୍ଷୀ କରାଯାଇଛି।
ପୁରୁଷ ଏବଂ ମହିଳାଙ୍କ ସମେତ ପଞ୍ଚକୁଳା ପୁଲିସ ୧୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ବିରୋଧରେ ଶତାଧିକ ଚାର୍ଜସିଟ୍‌ ଦାଖଲ କରିଛି।

ଜାମିନ୍‌ ପାଇଁ ସୁରେନ୍ଦର୍‌ ଧିମନ୍‌ କରିଥିବା ଆବେଦନକୁ ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ରୋହିତ ଓ୍ଵାତ୍‌ସ୍‌ ଖାରଜ କରି ଦେଇଛନ୍ତି। ଧିମନ ଆବେଦନ କରିଥିଲେ ଯେ ନିର୍ଦ୍ଧାରିତ ୯୦ ଦିନ ମଧ୍ୟରେ ଚାର୍ଜସିଟ୍‌ ଫାଇଲ୍‌ କରାଯାଇ ନାହିଁ, ତେଣୁ ତାଙ୍କୁ ରେଗୁଲାର୍‌ ଜାମିନ ମିଳୁ।

Image Courtesy of The Indian Express

ଆବେଦନକୁ ବିରୋଧ କରି ପବ୍ଲିକ୍‌ ପ୍ରୋଜେକ୍ୟୁଟର୍‌ କହିଥିଲେ ଯେ ବିଚାର ବିଭାଗୀୟ ହାଜତରୁ ଗିରଫ ତାରିଖ ଧାର୍ଯ୍ୟ କରାଯାଏ, ଗିରଫ ତାରିଖ ଠାରୁ ନୁହେଁ।

ଏ ପର୍ଯ୍ୟନ୍ତ ପଞ୍ଚକୁଳା ପୁଲିସ ୧୦୦ଟି ଚାର୍ଜସିଟ୍‌ ଫାଇଲ୍‌ କରିଛି। ଏଥିପାଇଁ ୬୭ ଜଣ ଲୋକଙ୍କୁ ସାକ୍ଷୀ ଭାବେ ଉପସ୍ଥାପନ କରାଯାଇଥିଲା।

ସମ୍ବନ୍ଧିତ ଖବର