ନୂଆଦିଲ୍ଲୀ: ଦୁଇଜଣ ସାଧ୍ୱୀଙ୍କୁ ଦୁଷ୍କର୍ମ କରିଥିବା ଅପରାଧରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ସିବିଆଇ ସ୍ୱତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ଜେଲଦଣ୍ଡ ସହିତ ୩୦ଲକ୍ଷ ଟଙ୍କା ଜରିମାନା କରିଥିଲେ। ଏହାପରେ ତାଙ୍କ ପୋଷ୍ୟକନ୍ୟା ହନିପ୍ରୀତ ଇନସା କେଉଁଆଡେ ଫେରାର ହୋଇଯାଇଥିଲେ। ହରିୟାଣା ହାଇକୋର୍ଟ ତାଙ୍କୁ ଧରିବା ପାଇଁ ଅନୁସନ୍ଧାନ ଚଳାଇଥିଲା। ଗତକାଲି ହନିପ୍ରୀତ ଦିଲ୍ଲୀ ହାଇକୋର୍ଟରେ ନାମ ବଦଳାଇ ଅଗ୍ରିମ ଜାମିନ ପାଇଁ ଆବେଦନ କରିଥିଲେ ବୋଲି ଖବର ଆସିଥିଲା। ହନିପ୍ରୀତଙ୍କ ଏହି ଆବେଦନକୁ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଖାରଜ କରି ଦେଇଛନ୍ତି।
ସୂଚନାଯୋଗ୍ୟ, ହନିପ୍ରୀତଙ୍କ ନାମ ଏହି ୪୩ଜଣଙ୍କ ତାଲିକାର ଶୀର୍ଷରେ ରହିଛି, ଯେଉଁମାନେ କି ସ୍ୱତନ୍ତ୍ର କୋର୍ଟ ରାମ ରହିମଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ହିଂସା ସୃଷ୍ଟି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/Honeypreet_Insan_PTI1.jpg)