ହନିପ୍ରୀତ୍ଙ୍କ ପରାମର୍ଶ କ୍ରମେ ଗୁରମିତ ରାମରହିମ୍ ସିନେମା ନିର୍ମାଣ ଓ ମ୍ୟୁଜିକାଲ୍ ନାଇଟ୍ସ ଆୟୋଜନ କରିଥିଲେ!
ଚଣ୍ଡୀଗଡ଼: ସୂଚନା ଅଧିକାର ଆଇନ୍ ବଳରେ ଏବେ ଡ଼େରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମରହିମ୍ କିପରି ତାଙ୍କର ବ୍ୟବସାୟିକ ସାମ୍ରାଜ୍ୟର ବିସ୍ତାର କରିଥିଲେ,ତାହା ଜଣାପଡ଼ିଛି। ଏଥିରୁ ଜଣାଯାଇଛି ଯେ, ସ୍ୱାଧ୍ୱୀ ଦୁଷ୍କର୍ମ ମାମଲାରେ ଜେଲ୍ରେ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁର୍ମିତ ରାମ ରହିମ୍ ସିଂହଙ୍କ ପୌଷ୍ୟା କନ୍ୟା ପ୍ରିୟାଙ୍କା ତନେଜା ଓରଫ ହନିପ୍ରୀତ୍ ଇନ୍ସାନ୍ଙ୍କ ପରାମର୍ଶକ୍ରମେ ଗୁରମିତ ମ୍ୟୁଜିକାଲ୍ ନାଇଟ୍ସର ଆୟୋଜନ ଓ ସିନେମା ନିର୍ମାଣ ବ୍ୟବସାୟରେ ପାଦ ଥାପି ଥିଲେ।
ଆୟକର ବିଭାଗ ରାମରହିମ୍ଙ୍କର ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ଦେବାକୁ ମନା କରିଦେଇଥିଲେ ହେଁ ସୂଚନା ଅଧିକାର ଆଇନ୍ ବଳରେ ଅଣାଯାଇଥିବା ସୂଚନା ଅନୁଯାୟୀ ଡ଼େରା ୨୦୧୦-୧୧ ବର୍ଷରେ ପ୍ରାୟ ୫୦ କୋଟି ଟଙ୍କାର ନିଟ୍ ଲାଭ ଅର୍ଜନ କରିଥିଲା।ଏଥି ମଧ୍ୟରୁ ଡ଼େରା ସଚ୍ଚା ସୌଦାର ନିଟ୍ ଲାଭ ଥିଲା ୨୯.୧୮ କୋଟି ଓ ଶାହା ସତନମ୍ଜି ରିସର୍ଚ୍ଚ ଆଣ୍ଡ୍ ଡ଼େଭେଲପ୍ମେଣ୍ଟ୍ ଫାଉଣ୍ଡେସନ୍ ୧୯.୫୨ କୋଟି ଟଙ୍କାର ନିଟ୍ ଲାଭ ହାସଲ କରିଥିଲା।
ଗୁର୍ମିତ ରାମ ରହିମ୍ ସିଂହଙ୍କ କନ୍ୟା ପ୍ରିୟାଙ୍କା ତନେଜା ଓରଫ ହନିପ୍ରୀତ୍ ଇନ୍ସାନ୍ଙ୍କ ପରାମର୍ଶକ୍ରମେ ଗୁରମିତ ମ୍ୟୁଜିକାଲ୍ ନାଇଟ୍ସର ଆୟୋଜନ କରି କୋଟି କୋଟି ଟଙ୍କା ରୋଜଗାର କରୁଥିଲେ। ଗୁରମିତ ରାମରହିମ୍ ତାଙ୍କର ଲୋକପ୍ରିୟ ଗୀତ ଲଭ୍ ଚାର୍ଜର….ଗାଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଥିଲେ ଏବଂ ଏହାର ପ୍ରତିବଦଳରେ ଭକ୍ତମାନେ ତାଙ୍କୁ ପ୍ରଚୁର ଅର୍ଥ ଦେଉଥିଲେ।ସିନେମା ପ୍ରଯୋଜନା କ୍ଷେତ୍ରରେ ପ୍ରବେଶ କରିବା ମଧ୍ୟ ପୌଷ୍ୟା କନ୍ୟା ପ୍ରିୟାଙ୍କା ତନେଜା ଓରଫ ହନିପ୍ରୀତ୍ ଇନ୍ସାନ୍ଙ୍କ ଯୋଜନା ଥିଲା। ସେମାନଙ୍କର କେତେକ ଫିଲ୍ମ ଶହେ କୋଟି କ୍ଲବରେ ମଧ୍ୟ ସାମିଲ୍ ହୋଇଥିଲା।
ସୂତ୍ରରୁ ଜଣାଯାଇଛି ଯେ,ହନିପ୍ରୀତ୍ଙ୍କ ପରାମର୍ଶ କ୍ରମେ ଗୁରମିତ ରାମରହିମ୍ ମ୍ୟୁଜିକାଲ୍ ନାଇଟ୍ସର ଆୟୋଜନ କରି କୋଟି କୋଟି ଟଙ୍କା ରୋଜଗାର କରୁଥିଲେ। ଗୁରମିତ ରାମରହିମ୍ ତାଙ୍କର ଲୋକପ୍ରିୟ ଗୀତ ଲଭ୍ ଚାର୍ଜର….ଗାଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଥିଲେ ଏବଂ ଏହାର ପ୍ରତିବଦଳରେ ଭକ୍ତମାନେ ତାଙ୍କୁ ପ୍ରଚୁର ଅର୍ଥ ଦେଉଥିଲେ।ସିନେମା ପ୍ରଯୋଜନା କ୍ଷେତ୍ରରେ ପ୍ରବେଶ କରିବା ମଧ୍ୟ ପୌଷ୍ୟା କନ୍ୟା ପ୍ରିୟାଙ୍କା ତନେଜା ଓରଫ ହନିପ୍ରୀତ୍ ଇନ୍ସାନ୍ଙ୍କ ଯୋଜନା ଥିଲା। ସେମାନଙ୍କର କେତେକ ଫିଲ୍ମ ଶହେ କୋଟି କ୍ଲବରେ ମଧ୍ୟ ସାମିଲ୍ ହୋଇଥିଲା। ଡ଼େରାକୁ ବହୁଦିନର ନଗଦ ଅର୍ଥ ଅନୁଦାନ ଭାବେ ଆସୁଥିବା ବୋଲି ମଧ୍ୟ ଜଣାଯାଇଛି।

ଆହୁରି ମଧ୍ୟ କୁହାଯାଇଛି ଗୁରମିତ ରାମରହିମ୍ ତାଙ୍କ ପାଖରେ ଗଚ୍ଛିତ ଥିବା ବହୁ ଅନୈତିକ ଟଙ୍କା ଲୁଚାଇ ଦେଇଥିଲେ ଏବଂ ଅଗଷ୍ଟ ୨୮ ତାରିଖ ରାତିରେ ହନିପ୍ରୀତ୍ ଦୁଇଟି ବଡ଼ ଟ୍ରାଭେଲ୍ ବ୍ୟାଗ୍ରେ ବିପୁଳ ପରିମାଣର ଟଙ୍କା ଲୁଚାଇ ନେଇ ଯାଇଥିବା ମଧ୍ୟ କୁହାଯାଉଛି।ଏବେ ଏ ସଂପର୍କରେ ପୁଲିସ ଅଧିକ ଖୋଳତାଡ଼ କରୁଛି।
ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଡ଼େରାକୁ ନଗଦ ମାତ୍ର ୧୨ ହଜାର ଟଙ୍କା ଜବତ କରାଯଇଥିଲା।