ବିବାହ ୱେବସାଇଟରେ ସମ୍ପର୍କ କରି ବ୍ୟାଙ୍କ ମ୍ୟାନେଜରଙ୍କୁ ନିଜ ରୂପ ଜାଲରେ ଫସାଉଥିଲେ ମହିଳା

ମୁମ୍ବାଇ: ବିବାହ ୱେବସାଇଟରେ ପ୍ରପୋଜ କଲେ ଆଉ ନିଜ ଫ୍ଲାଟକୁ ଡକାଇ ହନିଟ୍ରାପରେ ଫସେଇଲେ | ନିଜ ରୂପ ଜାଲରେ ଫସାଇବା ପରେ ଟଙ୍କା ଆଦାୟ କରିବାକୁ ଯୋଜନା କରୁଥିବାବେଳେ ଧରିଲା ପୁଲିସ | ମୁମ୍ବାଇ ପୁଲିସ ଏମିତି ଜଣେ ହାଇପ୍ରୋଫାଇଲ ଠକ ଦମ୍ପତ୍ତିଙ୍କୁ ଗିରଫ କରିଛି ଯେଉଁମାନେ କି ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ବିବାହ ପ୍ରସ୍ତାବ ଦେଇ ଲୁଟିବାକୁ ଚେଷ୍ଟା କରୁଥିଲେ | ମୁମ୍ବାଇ ପୁଲିସର ସୂଚନା ମୁତାବକ ମୁମ୍ବାଇର ଏକ ବ୍ୟାଙ୍କରେ ମ୍ୟାନେଜର ଭାବେ କାମ କରନ୍ତି ରମେଶ(ଛଦ୍ମନାମ) ନାମକ ବ୍ୟକ୍ତି |

ତାଙ୍କୁ ଦିନେ ହଠାତ ଏକ ବିବାହ ୱେବସାଇଟରୁ ଶିବାନୀ ନାମକ ମହିଳା ଯୋଗାଯୋଗ କଲେ | ଆଉ ଶିବାନୀ ତାଙ୍କୁ ପସନ୍ଦ କରନ୍ତି ଓ ବିବାହ କରିବାକୁ ଚାହାନ୍ତି ବୋଲି କହିଥିଲେ | ରମେଶ ମଧ୍ୟ ବିବାହ କରିବାକୁ ଇଚ୍ଛା ପ୍ରକାଶ କଲେ | ପରେ ଶିବାନୀ, ରମେଶଙ୍କୁ ନିଜର ଦିଲ୍ଲୀରେ ଥିବା ଫ୍ଲାଟକୁ ଡାକିଥିଲେ | ଏହା ପରେ ଖାଦ୍ୟରେ ନିଶା ଔଷଧ ମିଶାଇ ରମେଶଙ୍କର କିଛି ଫଟୋ ଉଠାଇ ତାଙ୍କୁ ବ୍ଲାକମେଲ କରୁଥିଲେ | ୫ ଲକ୍ଷ ଟଙ୍କା ନ ଦେଲେ ସେ ଫଟୋ ଭାଇରାଲ କରିଦେବେ ବୋଲି କହିଥିଲେ |

ଏହା ପରେ ରମେଶ ଥାନାରେ ଅଭିଯୋଗ କରିଥିଲେ | ଅଭିଯୋଗ ପରେ ଏସିପି ଯୋଗେନ୍ଦ୍ର ସିଂହ ନିଜେ ତଦନ୍ତ କରିଥିଲେ | ଆଉ ଶେଷରେ ଦିଲ୍ଲୀର ଗାଜିଆବାଦରୁ ଶିବାନୀଙ୍କୁ ଗିରଫ କରାଯାଇଥିଲା | ତେବେ ଶିବାନୀଙ୍କୁ ସହ ତାଙ୍କର ତଥାକଥିତ ସ୍ୱାମୀ ଅମିତ କୁମାରଙ୍କୁ ମଧ୍ୟ ଗିରଫ କରାଯାଇଥିଲା | ଏସିପି କହିଛନ୍ତି ଯେ ଏହି ଦୁଇ ଜଣ କେବଳ ବ୍ୟାଙ୍କ ମ୍ୟାନେଜରଙ୍କୁ ଠକିବାକୁ ଚେଷ୍ଟା କରିଛନ୍ତି ନା ଆଉ କାହାକୁ ଠକିଛନ୍ତି ତାହା ତଦନ୍ତ କରାଯାଉଛି |

ସମ୍ବନ୍ଧିତ ଖବର