ଗଣତନ୍ତ୍ର ଦାବି କରି ହଙ୍ଗ୍‌ କଙ୍ଗ୍‌ରେ ୪୦ କିଲୋମିଟର୍‌ ଲମ୍ବ ମାନବ ଶୃଙ୍ଖଳ ଗଢ଼ିଲେ ପ୍ରତିବାଦକାରି

ହଙ୍ଗ୍‌ କଙ୍ଗ୍‌: ୩୦ ବର୍ଷ ତଳେ ସୋଭିଏତ୍‌ ନିୟନ୍ତ୍ରଣ ବିରୋଧରେ ବାଲ୍‌ଟିକ୍‌ ରାଜ୍ୟମାନେ କରିଥିବା ଐତିହାସିକ ମାନବ ଶୃଙ୍ଖଳରେ ଅନୁପ୍ରାଣିତ ହୋଇ ଶୁକ୍ରବାର ଦିନ ହଙ୍ଗ୍‌ କଙ୍ଗ୍‌ର ଗଣତନ୍ତ୍ର ସମର୍ଥକମାନେ ରାସ୍ତା ଓ ସହରର ବନ୍ଦର ସାମ୍ନା ଭାଗର କିଛି ଅଂଶରେ ଧାଡ଼ିବାନ୍ଧି ଥିଲେ।

କେତେକ ଧରାଧରି ହୋଇଥିବା ହାତ ଉପରକୁ ଉଠାଇଥିବା ବେଳେ ରାତ୍ରିର ଆକାଶରେ ଧବଳ ଆଲୋକମାଳା ଧାଡ଼ି ସୃଷ୍ଟି କରିବାକୁ ଅନ୍ୟମାନେ ସେମାନଙ୍କ ମୋବାଇଲ୍‌ ଫୋନ୍‌ ଲାଇଟ୍‌କୁ ଅନ୍‌ କରିଥିଲେ। ଆୟୋଜକମାନେ ଆଶା କରିଥିଲେ ତିନୋଟି ଭୂତଳ ରେଳପଥରେ ଧରିବା ଭଳି ଏହି ଶୃଙ୍ଖଳ ସମୁଦାୟ ୪୦ କିଲୋମିଟର୍‌ ଲମ୍ବ ହୋଇଥାଇ ପାରେ।

TRT world

ପ୍ରାୟ ୧୧ ସପ୍ତାହ ହେବ ଚାଲିଥିବା ଏହି ଆନ୍ଦୋଳନରେ ଏଇଟା ଥିଲା ସଦ୍ୟତମ ପ୍ରତିବାଦ।

ପ୍ରତିବାଦକାରିମାନେ ପୁଲିସ ଉପରକୁ ଅଣ୍ଡା, ଇଟା ଏବଂ ଗ୍ୟାସୋଲିନ୍‌ ବୋମା ଫିଙ୍ଗିବାରୁ ପୁଲିସ ସେମାନଙ୍କୁ ରାସ୍ତାଘାଟରୁ ହଟାଇବାକୁ ଲୁହବୁହା ବାଷ୍ପ, ରବର ଗୁଳି ଏବଂ ବିନ୍‌ ବ୍ୟାଗ୍‌ ପ୍ରୟୋଗ କରିଥିଲା।

ଏହାର ଆୟୋଜକ ‘ଦି ହଙ୍ଗ୍‌ କଙ୍ଗ୍‌ େଓ୍ଵ’ କହିଛି ଯେ ଆଇନ୍‌ ଉଚ୍ଛେଦ ଏବଂ ପୁଲିସ ହିଂସା ତଥା ଅନ୍ତର୍ଜାତୀୟ ସମର୍ଥନ ପାଇବାକୁ ଏଇଟା ଥିଲା ଦୁଃଖ ପ୍ରଦର୍ଶନର ଗୋଟାଏ ମାଧ୍ୟମ।

ସମ୍ବନ୍ଧିତ ଖବର