ଚୀନ୍‌ର ପ୍ରସ୍ତାବିତ ଜାତୀୟ ନିରାପତ୍ତା ଆଇନ୍ ବିରୋଧରେ ହଙ୍ଗ୍‌ କଙ୍ଗ୍‌ରେ ପ୍ରତିବାଦ; ୧୮୦ରୁ ଊର୍ଦ୍ଧ୍ବ ଗିରଫ

ତାଇପେଇ: ହଙ୍ଗ୍‌ କଙ୍ଗ୍‌ ସହରରେ ଚୀନ୍‌ର ପ୍ରସ୍ତାବିତ ଜାତୀୟ ନିରାପତ୍ତା ଆଇନ ବିରୋଧରେ ପ୍ରତିବାଦ କରି ରାସ୍ତାଘାଟକୁ ବାହାରି ଆସିଥିବା ହଜାର ହଜାର ବିକ୍ଷୋଭକାରୀଙ୍କ ମଧ୍ୟରୁ ପୁଲିସ୍ ପ୍ରାୟ ୧୮୦ଜଣଙ୍କୁ ଗିରଫ କରିଛି। ଗୋଟାଏ ମଲ୍‌ ସାମନାରେ ଗହଳି କରିଥିବା ପ୍ରତିବାଦ ପ୍ରଦର୍ଶନକାରୀଙ୍କୁ ଚେତାବନୀ ଦେଇ ପୁଲିସ ନୀଳ ପତାକା ଉଡ଼ାଇଥିଲା। ପରେ ପରେ ପୁଲିସ ହେନେସି ରୋଡ୍ ଜଙ୍କ୍‌ସନ୍ ଏବଂ ପର୍ସିଭାଲ୍ ଷ୍ଟ୍ରିଟ୍‌ରେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ପୁଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିବା କଥା ‘ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ୍‌’ ଖବରକାଗଜ ରିପୋର୍ଟ କରିଛି।

ଏହାପରେ ବିକ୍ଷୋଭକାରୀମାନେ ଗ୍ଲୁସେଷ୍ଟର୍ ରୋଡ୍ ଅକ୍ତିଆର୍ କରି ‘କାଳ ଚୀନ୍‌ର କମ୍ୟୁନିଷ୍ଟ୍ ପାର୍ଟିକୁ ଧ୍ବଂସ କରିଦେବ’ ଲେଖାଥିବା ବ୍ୟାନର୍ ପ୍ରଦର୍ଶନ କରିଥିଲେ। ଏଠାରେ ପୁଲିସ ବିକ୍ଷୋଭକାରୀମାନଙ୍କ ଉପରକୁ ଲଙ୍କା ଗୋଲି ଚଳାଇ ଥିଲା। ୱାନ୍ ଚାଇ ଆଡ଼କୁ ଆଗେଇ ଯିବା ବେଳେ କେତେକ ପ୍ରତିବାଦକାରୀ ଆମେରିକୀୟ ପତାକା ପ୍ରଦର୍ଶନ କରିଥିଲେ।

Taiwan President Tsai Ing-wen image courtesy of India Today

ସେପଟେ ତାଇୱାନ୍‌ର ରାଷ୍ଟ୍ରପତି ସାଇ ଇଙ୍ଗ-ୱେନ୍ କହିଛନ୍ତି ଯେ ହଙ୍ଗ୍ କଙ୍ଗ୍ ଲୋକମାନଙ୍କୁ ତାଇୱାନ୍ ଆବଶ୍ୟକ ସହାୟତା ଯୋଗାଇ ଦେବ। ସଂପ୍ରତି ତାଇୱାନ୍ ହଙ୍ଗ୍‌ କଙ୍ଗ୍‌ର ଖସି ପଳାଉଥିବା ଗଣତନ୍ତ୍ର ସମର୍ଥକଙ୍କ ଆଶ୍ରୟ ପାଲଟିଛି। ସ୍ବଳ୍ପ ସଂଖ୍ୟାରେ ହେଲେ ବି ସେଠାରେ ଦିନକୁ ଦିନ ଶରଣାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଉଛି।

 

ସମ୍ବନ୍ଧିତ ଖବର