ହଂକଂ (ଚୀନ): ହଂକଂ ବିଶ୍ୱବିଦ୍ୟାଳୟ ଏଡସ୍ ପ୍ରତିଷ୍ଠାନର ଏକ ଗବେଷକ ଦଳ ଦୂରାରୋଗ୍ୟ, ମାରାତ୍ମକ ଏଡସ୍ ରୋଗର ନିଦାନ ପାଇଁ ଔଷଧ ଆବିଷ୍କାର କରିବାରେ ସମର୍ଥ ହୋଇଥିବା ଜାଣିବାକୁ ମିଳିଛି। ଗବେଷକ ଦଳର ଏହି ନୂତନ ଆବିଷ୍କାରକୁ ଏକ ବିରାଟ ଆବିଷ୍କାର ବୋଲି କୁହାଯାଉଛି। ଏଡସ୍ ନିଦାନ ପାଇଁ ଆବିଷ୍କୃତ ଏହି ଔଷଧକୁ ଏଡସ୍ ରୋଗର ନିଦାନ ପାଇଁ ବ୍ୟବହାର କରାଯିବା ସହ ଏକ ପ୍ରତିଷେଧକ ରୂପେ ମଧ୍ୟ ବ୍ୟବହାର କରାଯାଇ ପାରିବ।
/sambad/media/post_attachments/wp-content/uploads/2018/06/HIV2.jpg)
ସଂପ୍ରତି ଚୀନ୍ରେ ସମଲିଙ୍ଗୀ ଯୌନ ସଂପର୍କ ଏବଂ ଯୌନକର୍ମୀଙ୍କ ସହ ଯୌନ ସଂପର୍କ ସ୍ଥାପନ କାରଣରୁ ଚୀନ୍ରେ ଏଡସ୍ ଏକ ମହାମାରୀର ରୂପ ଧାରଣ କରିବାକୁ ବସିଥିବା ବେଳେ ପ୍ରଫେସର ଚେନ୍ ଝିୟୁଙ୍କ ନେତୃତ୍ୱାଧୀନ ଗବେଷକ ଦଳ ଏଡସ୍ର ନିଦାନ ଆବିଷ୍କାର କରିବାରେ ସମର୍ଥ ହୋଇ ପାରିଛନ୍ତି। ଚୀନ୍ରେ ଏବେ ପ୍ରାୟ ୮୫୦,୦୦୦ ଏଡସ୍ ଆକ୍ରାନ୍ତ ଥିବା ମିଳିତ ଜାତିସଂଘର ଏଡସ୍ ଡାଟା ହବ୍ ପ୍ରକାଶ କରିଛି।
/sambad/media/post_attachments/wp-content/uploads/2018/06/HIV3.jpg)
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏଡସ୍ ଆକ୍ରାନ୍ତ ବ୍ୟକ୍ତି ବିଶେଷଙ୍କ ଠାରେ ରୋଗ ପ୍ରତିଷେଧକ ଶକ୍ତି ସଂପୂର୍ଣ୍ଣ ରୂପେ ଲୋପ ପାଇ ଯାଇଥାଏ। ଫଳରେ ସେମାନେ ଅତି ସହଜରେ ବିଭିନ୍ନ ପ୍ରକାରର ଦୂରାରୋଗ୍ୟ ବ୍ୟାଧିର ଶିକାର ହୋଇ ଥାଆନ୍ତି। ତେବେ, ପ୍ରଫେସର ଚେନ୍ ଝିୟୁଙ୍କ ନେତୃତ୍ୱାଧୀନ ଗବେଷକ ଦଳ ଏଡସ୍ର ନିଦାନ ପାଇଁ ଆବିଷ୍କାର କରିଥିବା ନୂତନ ଔଷଧକୁ ପ୍ରଥମେ ମୂଷାମାନଙ୍କ ଶରୀରରେ ପ୍ରୟୋଗ କରାଯାଇ ଏହାର ସଫଳତାକୁ ପରୀକ୍ଷା କରାଯାଇଛି।
/sambad/media/post_attachments/wp-content/uploads/2018/06/HIV1.jpg)
ପରୀକ୍ଷା କାଳରେ ଦେଖାଯାଇଛି ଯେ ଏହି ନୂତନ ଔଷଧ ଏଡସ୍ ଭୂତାଣୁକୁ ନିୟନ୍ତ୍ରଣରେ ରଖିବା ସହ ଏଡସ୍ର ନିଦାନ ମଧ୍ୟ କରିବାରେ ସମର୍ଥ ହେଉଛି। ଏଡସ୍ ଭୂତାଣୁଙ୍କ ଦ୍ୱାରା କବଳିତ ହୋଇ ଶରୀରରେ ଯେଉଁ କଣିକାଗୁଡ଼ିକ ଆକ୍ରାନ୍ତ ହୋଇଛନ୍ତି ସେଗୁଡ଼ିକୁ ଏହି ନୂତନ ଔଷଧ ସଂପୂର୍ଣ୍ଣ ରୂପେ ନଷ୍ଟ କରିଦେବା ସହ ଏହାକୁ ଆଉ ଆଗକୁ କାୟା ବିସ୍ତାର କରିବାକୁ ଦେଉନାହିଁ। ଏହି ନୂତନ ଆବିଷ୍କୃତ ଔଷଧ ସବୁ ପ୍ରକାର ଏଡସ୍ ରୋଗର ନିଦାନ ଭାବେ ବ୍ୟବହାର କରାଯାଇ ପାରିବ। ଏବଂ ସବୁଠୁ ବଡ଼କଥା ହେଲା ଏହି ଔଷଧକୁ ଏଡସ୍ ରୋଗର ପ୍ରତିଷେଧକ ଭାବେ ମଧ୍ୟ ବ୍ୟବହାର କରାଯାଇ ପାରିବ ବୋଲି ପ୍ରକାଶ କରିଛି ବିଶ୍ୱର ମାନ୍ୟତା ପ୍ରାପ୍ତ ମେଡ଼ାକାଲ ପତ୍ରିକା ‘ଜର୍ଣ୍ଣାଲ ଅଫ୍ କ୍ଲିନିକାଲ ଇନ୍ଭେଷ୍ଟିଗେସନ୍’।
/sambad/media/post_attachments/wp-content/uploads/2018/06/HIV.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/HIV4-2.jpg)