ଆସନ୍ତାକାଲିଠାରୁ ୧୪ଦିନ ପାଇଁ ଭାରତ, ପାକିସ୍ତାନ ଏବଂ ଫିଲିପାଇନ୍ସକୁ ବିମାନ ଚଳାଚଳ ବନ୍ଦ କଲା ହଂକଂ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ହଠାତ ବୃଦ୍ଧି ପାଇବା ପରେ ମଙ୍ଗଳବାର ଠାରୁ ଭାରତ ସହ ସଂଯୋଗ କରୁଥିବା ସମସ୍ତ ବିମାନ ଚଳାଚଳକୁ ୧୪ଦିନ ସ୍ଥଗିତ ରଖିବାକୁ ଘୋଷଣା କରିଛି ହଙ୍ଗକଙ୍ଗ। ଭାରତ ସମତେ ପାକିସ୍ତାନ ଏବଂ ଫିଲିପାଇନ୍ସରୁ ବିମାନ ଚଳାଚଳ ମଧ୍ୟ ସ୍ଥଗିତ ରଖିଛି ହଙ୍ଗକଙ୍ଗ।

“ସରକାର ଆଜି ଭାରତ, ପାକିସ୍ଥାନ ଏବଂ ଫିଲିପାଇନ୍ସକୁ ବିମାନ ଚଳାଚଳ ସ୍ଥଗିତ ରଖିଛନ୍ତି। ଏପ୍ରିଲ ୨୦ତାରିଖ ରାତି ୧୨ଟାରୁ ଭାରତ, ପାକିସ୍ଥାନ ଏବଂ ଫିଲିପାଇନ୍ସରୁ ଆସୁଥିବା ସମସ୍ତ ଯାତ୍ରୀବାହୀ ବିମାନ ହଙ୍ଗକଙ୍ଗରେ ଅବତରଣ କରିପାରିବ ନାହିଁ। ୧୪ଦିନ ପାଇଁ ଏହି କଟକଣା ଲାଗୁ କରାଯିବ। ଏପ୍ରିଲ ୨୦ରୁ ମେ’ ୩ପର୍ଯ୍ୟନ୍ତ ଭାରତ, ପାକିସ୍ଥାନ ଏବଂ ଫିଲିପାଇନ୍ସରୁ କୌଣସି ବିମାନ ହଙ୍ଗକଙ୍ଗ ଆସିପାରିବେ ନାହିଁ” ବୋଲି ହଙ୍ଗକଙ୍ଗ ସରକାର ଏକ ବିବୃତି ଜାରି କରି କହିଛନ୍ତି।

Covid-19: Hong Kong suspends flights connecting India from April 20 to May 3 | Deccan Herald
Deccan Herald

ଭାରତ, ପାକିସ୍ଥାନ ଏବଂ ଫିଲିପାଇନ୍ସରେ ଏବେ କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ବେଳେ ଭାରତରେ ପ୍ରତିଦିନ ୨ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାକୁ ଆଖି ଆଗରେ ରଖି ନିଜ ଦେଶରେ ସଂକ୍ରମଣକୁ ରୋକିବା ପାଇଁ ହଙ୍ଗକଙ୍ଗ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର