ପ୍ରେମିକ ସହ କଥା ହେଉଥିବାରୁ ଝିଅକୁ ହତ୍ୟା କରି ପୋଡ଼ୁଥିଲେ ପରିବାର, ଗ୍ରାମବାସୀ ଭିଡିଓ କରି କରିଦେଲେ ଭାଇରାଲ

ମୁରାଦବାଦ: ପ୍ରେମିକ ସହ କଥା ହେଉଥିବାରୁ ପରିବାର ଲୋକ ଝିଅକୁ ହତ୍ୟା କଲେ ଓ ମଶାଣିରେ ଶବ ପୋଡ଼ୁଥିବାବେଳେ ଦେଖିଦେଲେ ଗ୍ରାମବାସୀ | ଏହା ପରେ ପରିବାରର ଏହି ଅପରାଧ ବିଷୟରେ ଜାଣିଲା ପୁଲିସ | ଉତ୍ତରପ୍ରଦେଶର ମୁରାଦବାଦରେ ଏଭଳି ଏକ ସଂଗୀନ ମାମଲା ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ମୁରାଦବାଦର ଅମରୋହାରେ ଜଣେ ୧୫ ବର୍ଷୀୟ ନାବାଳିକା ତାଙ୍କ ପ୍ରେମିକଙ୍କ ସହ ମୋବାଇଲରେ କଥା ହେଉଥିବାବେଳେ ପରିବାର ଲୋକ ଏହାକୁ ଦେଖିଦେଇଥିଲେ |

ଆଉ ଏହା ପରେ ଝିଅଟିକୁ ହତ୍ୟା କରି ମୃତଦେହକୁ ନେଇ ମଶାଣିରେ ପୋଡୁଥିଲେ | ଗ୍ରାମବାସୀମାନେ ଏହା ଦେଖିବା ପରେ କିଭଳି ମୃତ୍ୟୁ ହେଲା ବୋଲି ପଚାରିଥିଲେ | ତେବେ ନାବାଳିକାଙ୍କୁ ପରିବାର ଲୋକ କହିଥିଲେ ଯେ ଝିଅଟିର ରୋଗ ଯୋଗୁଁ ମୃତ୍ୟୁ ହୋଇଛି | ଏହି କଥାକୁ ଗ୍ରାମବାସୀ ବିଶ୍ୱାସ ନ କରିପାରି ପୁଲିସକୁ ଖବର ଦେଇଥିଲେ | କେବଳ ଏତିକି ନୁହେଁ ବରଂ ଗ୍ରାମବାସୀ ଜଳନ୍ତା ଚିତାର ଫଟୋ ଓ ଭିଡିଓ ଭାଇରାଲ କରିଦେଇଥିଲେ |

ଏହା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ମୃତଦେହ ସମ୍ପୂର୍ଣ୍ଣ ପୋଡିଯାଇଥିଲା | ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ମୁରାଦବାଦର ଆରକ୍ଷୀ ଅଧିକ୍ଷକ ମୃତ ନାବାଳିକାଙ୍କୁ ପରିବାରକୁ ଅଟକ ରଖି ପଚରାଉଚୁରା କରିଥିଲେ | ଏହା ପରେ ସତ ସାମ୍ନାକୁ ଆସିଥିଲା | ଆଉ ସମ୍ମାନ ପାଇଁ ହତ୍ୟା କରିଥିବାର କଥା ପରିବାର ଲୋକ ସ୍ୱୀକାର କରିଥିଲେ |

ସମ୍ବନ୍ଧିତ ଖବର