ବିହାରରେ ଅନର କିଲିଂ:ନାବାଳିକାଙ୍କୁ ନିର୍ମମ ହତ୍ୟା

ପାଟନା : ବିହାରର ଉତ୍ତର ପୂର୍ବ ସ୍ଥିତ ଗୟା ସହରର ସ୍ଥାନୀୟ ପଟୱାଟୋଲିରେ ଜଣେ ନାବାଳିକାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ନାବାଳିକା ଜଣଙ୍କ ପାଖାପାଖି ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ନିଖୋଜ ହେବାପରେ ତାଙ୍କ ପରିବାର ସଦସ୍ୟ ପୁଲିସରେ ଏଫ୍‌ଆଇଆର ଦେଇଥିଲେ। ପୁଲିସ ଖୋଳତାଡ଼ କରିବାପରେ ନାବାଳିକାଙ୍କ ଘର ନିକଟରୁ ମାତ୍ର ୭୦୦ ମିଟର ଦୂରରେ ତାଙ୍କ ମୃତଦେହ ଉଦ୍ଧାର କରିଥିଲା। ନାବାଳିକାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା ଏବଂ ତାଙ୍କ ଦେହରୁ ମୁଣ୍ଡ ଅଲଗା କରି ଦିଆଯାଇଥିଲା। ପରେ ତଦନ୍ତରୁ ଏହା ଏକ ଅନର କିଲିଂ ବୋଲି ଜଣାପଡ଼ିବା ପରେ ପୁଲିସ ଏହି ମାମଲାରେ ଏବେ ନାବାଳିକାଙ୍କ ବାପା ମା’ଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର