ଭାରତର ବୈଦେଶିକ ନୀତି ନିରପେକ୍ଷ ରହିବ ବୋଲି ଆଶା କରୁଛୁ : ଚୀନ
ବେଜିଂ : ଚୀନ ସହ ବିବାଦ ପରେ ଭାରତ ଧୀରେ ଧୀରେ ଆମେରିକା ଢଳୁଥିବାରୁ ଆଗାମୀ ଦିନରେ ବିଶ୍ୱର ସାମରିକ ସମୀକରଣରେ ଏକ ବଡ଼ ପରିବର୍ତ୍ତନ ଆସିବା ଆଶା କରାଯାଉଛି । କିନ୍ତୁ ଚୀନ ଏହାକୁ ନେଇ ଚିନ୍ତିତ ହୋଇପଡ଼ିଛି । ଚୀନ ପକ୍ଷରୁ ବୁଧବାରଦିନ କୁହାଯାଇଛି ଯେ ଭାରତ ଅନ୍ତର୍ଜାତୀୟ ସ୍ତରରେ ନିଜର ଗୋଷ୍ଠୀ ନିରପେକ୍ଷତା ବଜାୟ ରଖିବା ଆଶା କରାଯାଉଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଚୀନର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଓ୍ଵାଙ୍ଗ େଓ୍ଵନବିନ କହିଛନ୍ତି ଯେ ଏକ ବହୁମୁଖୀ ବିଶ୍ୱ ବ୍ୟବସ୍ଥାରେ ଭାରତ ଏକ ପ୍ରମୁଖ ଶକ୍ତି । ପୂର୍ବ ଭଳି ଭାରତ ନିଜର ନିରପେକ୍ଷ ବୈଦେଶିକ ନୀତି ଜାରି ରଖିବା ଆଶା ଓ ବିଶ୍ୱାସ କରାଯାଉଛି ।
ଗତକାଲି ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଥିଲେ ଯେ ଭାରତ ପୂର୍ବଭଳି କୌଣସି ଶିବିରରେ ସାମିଲ ହେବ ନାହିଁ । କିନ୍ତୁ ଗୋଷ୍ଠୀ ନିରପେକ୍ଷତା ଏକ ନିର୍ଦ୍ଦିଷ୍ଟ ସମୟସୀମା ପାଇଁ ଥିଲା ଓ ଭାରତ ସବୁବେଳେ ନିରପେକ୍ଷ ରହିବା ଆଶା କରାଯାଇପାରିବ ନାହିଁ ।
ଗତ ଜୁନ ମାସରେ ଲଦାଖର ଗଲଓ୍ଵାନଠାରେ ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ଏଥିରେ ୨୦ ଜଣ ଭାରତୀୟ ସୈନ୍ୟ ସହିଦ ହୋଇଥିଲେ । ଚୀନର ମଧ୍ୟ କେତେକ ସୈନ୍ୟ ନିହତ ହୋଇଥିଲେ ।
ଏହା ପରେ ଭାରତ ନିଜ ଚୀନ ନୀତିରେ କେତେକ ବଡ଼ ପରିବର୍ତ୍ତନ ଆଣିବା ଲାଗି ପଦକ୍ଷେପ ନେଉଛି । ଏହା ସହିତ ଭାରତ ଆମେରିକା ସହିତ ଅଧିକରୁ ଅଧିକ ସାମରିକ ସହଯୋଗିତା ଆରମ୍ଭ କରିଛି ।