ନୂଆଦିଲ୍ଲୀ : ପଦ୍ମପୁର ବିଧାନସଭା ଉପନିର୍ବାଚନରେ ‌ପଦ୍ମପୁରବାସୀ ବିଜୁ ଜନତା ଦଳ (ବିଜେଡି)କୁ ଭୋଟ ଦେବେ ବୋଲି ସେ ଆଶା କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଦିଲ୍ଲୀରେ ଜି-୨୦ ପ୍ରସ୍ତୁତି ବୈଠକରେ ଯୋଗଦେବା ପୂର୍ବରୁ ପଦ୍ମପୁର ଉପନିର୍ବାଚନ ସଂପର୍କିତ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସେ ଏହା କହିଛନ୍ତି। ପଦ୍ମପୁରବାସୀ ବିଜେଡିକୁ ଆଶୀର୍ବାଦ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ସୋମବାର ଦିନ ଭୋଟଗ୍ରହଣ ହୋଇଥିବାବେଳେ ଫଳାଫଳ ଡିସେମ୍ବର ୮ରେ ପ୍ରକାଶ ପାଇବ।