ଜୋର୍‌ରେ ହର୍ଣ୍ଣ ବଜାଇଲେ ୫୦୦ ଜରିମନା

ନୂଆଦିଲ୍ଲୀ,: ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ନୂଆଦିଲ୍ଲୀ ବସ୍‌ଗୁଡ଼ିକୁ ବସ୍‌ଷ୍ଟାଣ୍ଡରେ ହର୍ଣ୍ଣ ନ ବଜାଇବା ତଥା ପାଟିକରି ଯାତ୍ରୀମାନଙ୍କୁ ବସ୍‌ରେ ଡାକି ବସାଇବାପରେ କଟକଣା ଜାରି କରାଯାଇଛି। କୌଣସି ବସ୍‌ ଚାଳକ ବସଷ୍ଟାଣ୍ଡରେ ହର୍ଣ୍ଣ ବଜାଇଲେ ୫୦୦ ଟଙ୍କା ଜରିମନା ୁ ଆଦାୟ କରାଯିବ। ସେହିପରି କଣ୍ଡକ୍ଟର କିମ୍ବା କ୍ଲିନର ଯାତ୍ରୀମାନଙ୍କୁ ଉଠାଇବା ଲାଗି ପାଟି କରି ଡାକିଲେ ମଧ୍ୟ ଜରିମନା ସ୍ୱରୂପ ୧୦୦ ଟଙ୍କା ଦେବାକୁ ପଡ଼ିବ ବୋଲି କୁହାଯାଇଛି। ଦିଲ୍ଲୀ ପରିବହନ ଭିତ୍ତିଭୂମି ବିକାଶ ନିଗମର ଏହି ନିଷ୍ପତ୍ତି ଦେଶରେ ପ୍ରଥମ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର