ଗ୍ବାଲିୟର : ଏକ ଭୟଙ୍କର ଘଟଣାକ୍ରମରେ ଉତ୍ତରପ୍ରଦେଶର ଜଣେ ପ୍ରେମୀ ଯୁଗଳଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ସେମାନଙ୍କୁ ଦିଲ୍ଲୀରୁ ଅପହରଣ କରାଯାଇଛି, ମଧ୍ୟପ୍ରଦେଶରେ ହତ୍ୟା କରାଯାଇଛି ଏବଂ ୨ଟି ଭିନ୍ନ ରାଜ୍ୟରେ ମୃତଦେହ ଫୋପଡ଼ା ଯାଇଛି। ଦମ୍ପତିଙ୍କ ମଧ୍ୟରୁ ପୁରୁଷଙ୍କ ମୃତଦେହ ରାଜସ୍ଥାନରେ ଫିଙ୍ଗା ଯାଇଥିବାବେଳେ ମହିଳାଙ୍କ ମୃତଦେହ ମଧ୍ୟପ୍ରଦେଶରେ ଫିଙ୍ଗି ଦିଆଯାଇଛି।
ମିଳିଥିବା ସୂଚନାନୁଯାୟୀ, ପୀଡ଼ିତା ଜଣଙ୍କ ନାବାଳିକା। ସେ ଏବଂ ତାଙ୍କ ପୁରୁଷ ବନ୍ଧୁ ଜୁଲାଇ ୩୧ ତାରିଖରେ ଫେରାର୍ ହୋଇଯାଇଥିଲେ। ଘରେ ସେମାନଙ୍କ ବିବାହ ପାଇଁ ରାଜି ନହେବାରୁ ସେମାନେ ଘର ଛାଡ଼ି ପଳାଇଲେ। ତେବେ ସେମାନଙ୍କ ପରିବାର ସଦସ୍ୟ ସେମାନଙ୍କୁ ଦିଲ୍ଲୀରେ ଠାବ କରିଥିଲେ। ସେଠାରୁ ସେମାନଙ୍କୁ ଏକ ଜିପ୍ରେ ଅପହରଣ କରି ମଧ୍ୟପ୍ରଦେଶର ଭିଣ୍ଡ ନେଇଥିଲେ। ଭିଣ୍ଡରୁ ଗ୍ବାଲିୟର ଯିବା ବାଟରେ ସେମାନଙ୍କୁ ହତ୍ୟା କରାଯାଇଥିଲା। ପ୍ରଥମେ ସେମାନେ ନାବାଳିକାଙ୍କ ପୁରୁଷ ବନ୍ଧୁଙ୍କୁ ଆକ୍ରମଣ କରିଥିଲେ। ଏକ ଧାରୁଆ ଛୁରୀରେ ତାଙ୍କୁ ହତ୍ୟା କରିଥିଲେ। ତାଙ୍କ ଗୁପ୍ତାଙ୍ଗରେ ଛୁରୀ ଭର୍ତ୍ତି କରି ଅତି ବୀଭତ୍ସ ତାଙ୍କୁ ହତ୍ୟା କରାଯାଇଛି। ପରେ ରାଜସ୍ଥାନ ପୁଲିସ ନାବାଳିକାର ମୃତଦେହ ଢୋଲପୁର ଅଞ୍ଚଳରୁ ପାଇଥିଲା। ଅଗଷ୍ଟ ୫ରେ ଏହି ହତ୍ୟାକାଣ୍ଡ ହୋଇଥିଲା। ତଦନ୍ତ ପରେ ଏହି ଘଟଣାରେ ନାବାଳିକା ପୀଡ଼ିତାଙ୍କ ପରିବାରର ହାତ ଥିବା ଜଣାପଡ଼ିଛି।