ନୂଆଦିଲ୍ଲୀ: ୟୁକ୍ରେନର ଖେରସନରେ ରୁଷ୍‌ ଆଜି ଭୟଙ୍କର ଆକ୍ରମଣ କରିଛି। ରୁଷ୍‌ ଆକ୍ରମଣରେ ଖେରସନରେ ୨୧ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଆହୁରି ୪୮ ଲୋକ ଆହତ ହୋଇଛନ୍ତି। ଖେରସନର ସୁପରମା‌ର୍କେଟ୍‌, ରେଳ ଷ୍ଟେସନ ଏବଂ ବିଭିନ୍ନ ଜନବସତି ଅଞ୍ଚଳଗୁଡ଼ିକୁ ଟାର୍ଗେଟ୍‌ କରି ରୁଷ୍‌ ଡ୍ରୋନ୍‌ ଆକ୍ରମଣ କରିଛି। ଇତି ମଧ୍ୟରେ ୟୁକ୍ରେନ ରାଜଧାନୀ କିବ୍‌ରେ ଆଜି ୨ଟି ପ୍ରଚଣ୍ଡ ବିସ୍ଫୋରଣ ଶୁଣିବାକୁ ମିଳିଛି। ନାଗରିକମାନଙ୍କୁ ଆଶ୍ରୟସ୍ଥଳରେ ରହିବାକୁ କୁହାଯାଇଛି। ଶୁକ୍ରବାରଠାରୁ ସୋମବାର ପର୍ଯ୍ୟନ୍ତ ୟୁକ୍ରେନରେ କର୍ଫ୍ୟୁ ଘୋଷଣା ହୋଇଛି।

Advertisment

କିବ୍‌, ଚେର୍ନିହିବ, ସୁମି, ପୋଟଲଭା, କି‌ରୋଭହ୍ରଦ, ଖାରକିଭ, ମାଇକୋ‌ଲେଭ, ଓଡ଼େଶା, ନିପ୍ରୋପେଟ୍ରୋଭସ୍କ, ଜାପୋ‌ରିଝିଆ ଅଞ୍ଚଳରେ ଏୟାର ରେଡ୍‌ ଆଲର୍ଟ ଜାରି ହୋଇଛି। ଉଲ୍ଲେଖଯୋଗ୍ୟ ‌ଯେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବାପାଇଁ ୟୁକ୍ରେନ ଦ୍ବାରା ଉଦ୍ୟମ ହେଉଛି ବୋଲି ରୁଷ୍‌ ଦାବି କରିଥିବାବେଳେ ରୁଷ୍‌ ଆଜି ୟୁକ୍ରେନରେ ଏଭଳି ଆକ୍ରମଣ କରିଛି। ଇତି ମଧ୍ୟରେ ୟୁ‌କ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି, ଆମେ ପୁଟିନଙ୍କ ଉପରେ ଆକ୍ରମଣ କରିନୁ କି ଆମେ ରୁଷ୍‌ ଉପରେ ଆକ୍ରମଣ କରିନୁ। ଆମେ କେବଳ ଆମ ଭୂଖଣ୍ଡ ପାଇଁ ଲଢ଼େଇ ଜାରି ରଖିଛୁ।