ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଘଟିଯାଇଛି ଏକ ବଡ଼ ଧରଣର ଦୁର୍ଘଟଣା। ଜାତୀୟ ରାଜପଥରେ ଛାତିଥରା ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି। ଏକ କାର ଉପରେ ପଡ଼ିଗଲା କଣ୍ଟେନର। ଏହି ବଡ଼ ଧରଣର ଦୁର୍ଘଟଣାରେ ଏକ ସଫ୍ଟୱେର କମ୍ପାନୀର ସିଇଓଙ୍କ ସମେତ ପରିବାରର ୬ ଜଣଙ୍କ ମୃତ୍ୟୁ ଘଟିଛି।
ଆଇଏଏସ୍ଟି ସଫ୍ଟୱେର କମ୍ପାନୀର ସିଇଓ ଚନ୍ଦ୍ରମ ତାଙ୍କ ପରବାର ସଦସ୍ୟଙ୍କ ସହ ନିଜ ଗାଁ ମହାରାଷ୍ଟ୍ରର ସାଙ୍ଗଲୀକୁ ଯାଉଥିଲେ। କୋଟିଏ ଟଙ୍କାର ଭଲ୍ଭୋ ଏସୟୁଭି କାରରେ ଯାଉଥିଲେ ପୂରା ପରିବାର। ହେଲେ ସେମାନଙ୍କ ଗାଁକୁ ଯିବା ସଫଳ ହୋଇନଥିଲା। ରାସ୍ତାରେ ଜଗିଥିଲା ଜମ। ରାସ୍ତାରେ ଏକ କଣ୍ଟେନର ତାଙ୍କ କାର ଉପରେ ପଡ଼ିଯାଇଥିଲା। କାରରେ ଥିବା ସମସ୍ତ ୬ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି।
ସଫ୍ଟୱେର କମ୍ପାନୀର ସିଇଓଙ୍କ ସମେତ ପରିବାରର ୬ ଜଣଙ୍କ ମୃତ୍ୟୁ
ପରବାର ସହ ନିଜ ଗାଁ ମହାରାଷ୍ଟ୍ରର ସାଙ୍ଗଲୀ ଯାଉଥିଲେ ସିଇଓ ଚନ୍ଦ୍ରମ
କୋଟିଏ ଟଙ୍କାର ଭଲ୍ଭୋ କାରରେ ଯାଉଥିଲେ ପୂରା ପରିବାର
ରାସ୍ତାରେ ଏକ କଣ୍ଟେନର ତାଙ୍କ କାର ଉପରେ ପଡ଼ିଯାଇଥିଲା
କାରରେ ଥିବା ସମସ୍ତ ୬ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି
ସୁରକ୍ଷାକୁ ଦୃଷ୍ଟିରେ ରଖି ଲୋକେ ଦାମୀ କାର କିଣନ୍ତି
କୋଟିଏ ଟଙ୍କାର କାର ଜୀବନ ବଞ୍ଚାଇନପାରିବାରୁ ପ୍ରଶ୍ନ ଉଠିଛି
ଭଲଭୋ ଏକ୍ସସି୯୦ କାରରେ ଗୋଲ୍ଟ ଷ୍ଟାଣ୍ଡାଡ ସୁରକ୍ଷା ରହିଛି
ଗାଡିର ଗତି ମଧ୍ୟ ଅଧିକ ନଥିଲା ବୋଲି ପୁଲିସ କହିଛି
କଣ୍ଟେନରର ଡ୍ରାଇଭର କହିଛନ୍ତି ହଠାତ୍ ବ୍ରେକ ମାରି କାର ରହିଯାଇଥିଲା
ବଞ୍ଚାଇବାକୁ କଣ୍ଟେନର ଚାଳକ ଗାଡିରୁ ଡେଇଁବା ସହ ଡାହାଣକୁ ମୋଡିଥିଲେ
ଅନ୍ୟ ଏକ କ୍ଷୀର ନେଇ ଯାଉଥିବା ଟ୍ରକକୁ ଧକ୍କା ଦେଇ ଓଲଟି ପଡିଥିଲା କଣ୍ଟେନର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/12/23/0RLovgJxvWRCY6sts6MU.jpg)