ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଝାନସୀ ପ୍ରେମନଗର ଥାନା ଅଞ୍ଚଳସ୍ଥ ରାଜଗଢ଼ରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି।
ଏକ ବାଇକରେ ଯାଉଥିବା ବେଳେ ମହିଳାଙ୍କ ଓଢ଼ଣୀ ଗାଡ଼ି ଚକାରେ ଫସି ଯାଇଥିଲା। ଯେଉଁକାରଣରୁ ଯୁବତୀ ଗାଡ଼ିରୁ ଘୋଷାଡ଼ି ହୋଇ ତଳେ ପଡ଼ିଯାଇଥିଲେ ଓ ତାଙ୍କ ଶରୀରରୁ ବାମ ହାତ ଅଲଗା ହୋଇଯାଇଥିଲା।
ପ୍ରେମନଗର ଥାନା ଅଞ୍ଚଳସ୍ଥ ରାଜଗଢ଼ରେ ରହୁଥିବା ଜୟରାମ ଅହିରବାରଙ୍କ ଝିଅ ରକ୍ଷାଙ୍କ ୫ବର୍ଷର ଝିଅର ଶରୀର ଅସୁସ୍ଥ ଥିଲା। ଝିଅର ଚିକିତ୍ସା ପାଇଁ ଗତ ଗୁରୁବାର ରକ୍ଷା ତାଙ୍କ ଭାଇ ଶୈଳେନ୍ଦ୍ରଙ୍କ ସହିତ ବସି ହସ୍ପିଟାଲ ଯାଉଥିଲେ। ଏହି ସମୟରେ ତାଙ୍କ ଓଢ଼ଣୀ ଅସାବଧାନତାବଶତଃ ବାଇକ ଚକାରେ ଫସି ଯାଇଥିଲା। ଓଢ଼ଣୀ ସହିତ ରକ୍ଷା ବାଇକରୁ ଟାଣି ହୋଇ ତଳେ ପଡ଼ିଯାଇଥିଲେ। ଏହି ସମୟରେ ତାଙ୍କ ଶରୀରରୁ ବାମ ହାତ ଅଲଗା ହୋଇ ଅଜସ୍ର ରକ୍ତସ୍ରାବ ହୋଇଥିଲା। ସେ ଅଚେତ ହୋଇପଡ଼ିଥିଲେ।
ସ୍ଥାନୀୟଲୋକେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ହସ୍ପିଟାଲରେ ରକ୍ଷାଙ୍କ ଚିକିତ୍ସା ଆରମ୍ଭ କରିଥିବା ବେଳେ ଖବର ଲେଖାହେଲା ପର୍ଯ୍ୟନ୍ତ ମହିଳାଙ୍କ ଚେତା ଆସି ନଥିବା ଜଣାପଡ଼ିଛି। ଡାକ୍ତର ରକ୍ଷାଙ୍କୁ ଭଲ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ହସ୍ପିଟାଲରେ ଯୁବତୀ ଚିକିତ୍ସିତ ହେଉଥିବା ସମୟର ଏକ ଭିଡିଓ ସାମ୍ନାକୁ ଆସିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/15/jJK8EkhsldFZX48to3Y6.jpg)