ନୂଆଦିଲ୍ଲୀ: ଏବେ ପଶୁମାନଙ୍କ ପ୍ରତି ନିର୍ଦ୍ଦୟ ହେବାରେ ଲାଗିଛି ମଣିଷ! ତା’ ବିବେକ ଟିକେ ବି ବାଧାଦେଉନି! ଏମିତି ଅମଣିଷ ପୁଣି ଅଛନ୍ତି! ପରିବହନ ପାଇଁ ପଶୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି। ବର୍ତ୍ତମାନ ଇଣ୍ଟରନେଟରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦୁଇଜଣ ବ୍ୟକ୍ତି ଘୋଡାକୁ ବଳପୂର୍ବକ ନିଃଶ୍ୱାସ ବନ୍ଦ କରାଇ ବିଡ଼ି ଟଣାଉଛନ୍ତି। ଖବର ଅନୁଯାୟୀ କେଦାରନାଥ ମନ୍ଦିରକୁ ଯାତ୍ରା ସମୟରେ ଏହି ଘଟଣା ଘଟିଥିବା ଦେଖିବାକୁ ମିଳିଛି।
ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଥିବା ଗ୍ରାଫିକ୍ ଭିଡିଓ ପଶୁମାନଙ୍କ ଉପରେ ଯାଉଥିବା ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢାଇଛି। ଏହାମନେ ରଖିବା ଉଚିତ ଯେ, ଏହିପରି ସ୍ଥାନମାନଙ୍କରେ ପଶୁମାନଙ୍କ ଉପରେ ନିର୍ଯାତନା ପ୍ରସଙ୍ଗ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରୁଛି ଏବଂ ଅନେକ ଭିଡିଓ ହୋଇଛି ଯାହା ସମାନ ସମସ୍ୟାର ଭିନ୍ନ ଚେହେରା ଦେଖାଏ।
#Uttrakhand Some people are making a horse smoke weed forcefully at the trek of Kedarnath temple.@uttarakhandcops @DehradunPolice @RudraprayagPol @AshokKumar_IPS
should look into this matter and find the culprit behind thispic.twitter.com/yyX1BNMiLk— Himanshi Mehra 🔱 (@manshi_mehra_) June 23, 2023
ଭାଇରାଲ ଭିଡିଓରେ ଏହା ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ, ଦୁଇ ଜଣ ବ୍ୟକ୍ତି ଘୋଡାକୁ ଏକ ବିଡ଼ି ଜୋରଜବରସ୍ତ ଟଣାଉଛନ୍ତି। ଘୋଡ଼ାଟିର ନାକ ଓ ପାଟିକୁ ବନ୍ଦ କରି ଏପରି କରୁଥିବା ଦେଖାଯାଉଛି। ଏହି ସମୟରେ, ଘୋଡାଟି ନିଶ୍ୱାସ ନେବାକୁ ସଂଘର୍ଷ କରୁଛି ଏବଂ ସେମାନଙ୍କ ନିକଟରୁ ନିଜକୁ ରକ୍ଷା କରିବାକୁ ମଧ୍ୟ ପ୍ରୟାସ କରୁଥିବା ଦେଖିବାକୁ ମିଳୁଛି। ଭିଡିଓଟି ଦେଖି ଲୋକେ ରାଗିଯାଇଥିବା ବେଳେ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଘଟଣାକୁ ନେଇ ସେହି ଅଞ୍ଚଳର ଅଧିକାରୀମାନେ ତଦନ୍ତ ଆରମ୍ଭ କରିଦେଇଛନ୍ତି।
ଏହାବ୍ୟତୀତ ଉତ୍ତରାଖଣ୍ଡ ପୁଲିସ ଜରୁରୀକାଳୀନ ନମ୍ବରକୁ କିମ୍ବା ନିକଟସ୍ଥ ପୁଲିସ ଷ୍ଟେସନକୁ ଏଭଳି ଘଟଣା ଜଣାଇବାକୁ ଲୋକଙ୍କୁ ନିବେଦନ କରିଛି। ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ପାଇଁ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି।