ଡାକ୍ତରଖାନାର ଅବହେଳା ନେଇଗଲା କରୋନା ପୀଡ଼ିତ ପୁଲିସକର୍ମୀଙ୍କ ଜୀବନ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ଜଣେ ୩୧ବର୍ଷିୟ କନଷ୍ଟେବଳ ଅମିତ ରାଣା ଡାକ୍ତରଖାନାର ଅବହେଳା ପାଇଁ ମଙ୍ଗଳବାର ମୃତ୍ୟୁବରଣ କରିଥିବା ଜଣାପଡିଛି | ଦିଲ୍ଲୀରେ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବାରେ ସେ ପ୍ରଥମ ପୁଲିସକର୍ମୀ ହୋଇଥିବା ବେଳେ ଠିକ ସମୟରେ ତାଙ୍କୁ ଚିକିତ୍ସା ନ ମିଳିବାରୁ ସେ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି।

କରୋନାର କୌଣସି ଲକ୍ଷଣ ନ ଥିବା କନଷ୍ଟେବଳ ଶ୍ରୀ ରାଣା ସୋମବାର ସନ୍ଧ୍ୟାରେ ଜ୍ୱରରେ ଆକ୍ରାନ୍ତ ହେବା ସହ ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ ହୋଇଥିଲା | ଦିଲ୍ଲୀର ଅଶୋକ ବିହାରରେ ଥିବା କରୋନାଭାଇରସ୍ ଚିକିତ୍ସା କେନ୍ଦ୍ର ଚିକିତ୍ସା ପାଇଁ ମନା କରିବା ପରେ ମଙ୍ଗଳବାର ସକାଳେ ତାଙ୍କୁ ରାମ ମନୋହର ଲୋହିଆ(ଆରଏମଏଲ) ହସ୍ପିଟାଲକୁ ନିଆଯାଇଥିଲା | କିନ୍ତୁ ଆରଏମଏଲ ଯିବା ବାଟରେ ପୁଲିସ କନଷ୍ଟେବଳଙ୍କର ମୃତ୍ୟୁ ହୋଇଥିଲା ବୋଲି ଜଣାପଡିଛି ।

ଶ୍ରୀ ରାଣାଙ୍କ ସହକର୍ମୀଙ୍କ କହିବାନୁସାରେ, ସୋମବାର ସନ୍ଧ୍ୟାରେ ଡ୍ୟୁଟିରୁ ଫେରିବା ପରେ ଅମିତଙ୍କର ସାମାନ୍ୟ ଜ୍ୱର ହୋଇଥିଲା | ପରେ ସେ କିଛି ଔଷଧ ଖାଇ ଶୋଇବାକୁ ଚାଲିଯାଇଥିଲେ। ଜ୍ୱର ବଢ଼ିବାରୁ ମଙ୍ଗଳବାର ସକାଳେ ତାଙ୍କୁ ଅଶୋକ ବିହାର କରୋନାଭାଇରସ୍ ପରୀକ୍ଷା କେନ୍ଦ୍ରକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କର କେବଳ କୋଭିଡ-୧୯ ପରୀକ୍ଷା କରାଯାଇପାରିବ କିନ୍ତୁ ଭର୍ତ୍ତି କରାଯାଇପାରିବ ନାହିଁ ବୋଲି କୁହାଯାଇଥିଲେ । ଏହି ଅବସ୍ଥାରେ ତାଙ୍କର କୋଭିଡ-୧୯ ପରୀକ୍ଷା କରାଯାଇ ନ ଥିଲା ଏବଂ ଏହା ବଦଳରେ ବାବା ସାହେବ ଆମ୍ବେଦକର ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ମଧ୍ୟ ତାଙ୍କୁ ଭର୍ତ୍ତି କରିବା ପାଇଁ ମନା କରିଦିଆଯାଇଥିଲା।

Hospital Allegedly Refused Delhi Cop, Another Said Self-Isolate. He Died
ndtv

ଶେଷରେ, ଜଣେ ବରିଷ୍ଠ ଅଧିକାରୀ ଫୋନ କରିବା ପରେ ଶ୍ରୀ ରାଣାଙ୍କୁ ଦୀପ ଚାନ୍ଦ ବନ୍ଧୁ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା | ସେଠାରେ ତାଙ୍କର ଚିକିତ୍ସା କରାଯାଇ ଡିସଚାର୍ଜ କରାଯାଇଥିଲା ଏବଂ କୋଭିଡ-୧୯ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଥିଲା। ପରେ ଶ୍ରୀ ରାଣା ଅଶୋକ ବିହାର କରୋନାଭାଇରସ୍ ପରୀକ୍ଷା କେନ୍ଦ୍ରକୁ ଫେରିଥିଲେ, ଯେଉଁଠାରେ ତାଙ୍କର କୋଭିଡ-୧୯ ପରୀକ୍ଷା କରାଯାଇଥିଲା ଏବଂ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିଛି ଘଣ୍ଟା ପରେ ତାଙ୍କ ଅବସ୍ଥା ପୁଣି ବିଗିଡିବାରୁ ତାଙ୍କୁ ରାମ ମନୋହର ଲୋହିଆ ଡାକ୍ତରଖାନା ନିଆଯାଉଥିବା ବାଟରେ ସେ ମୃତ୍ୟୁ ବରଣ କରିଥିଲେ।

ତାଙ୍କ ମୃତ୍ୟୁ ପରେ ବୁଧବାର ସନ୍ଧ୍ୟାରେ ତାଙ୍କର କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିବାରୁ ତାଙ୍କ ସହକର୍ମୀଙ୍କୁ ଏବେ ସଙ୍ଗରୋଧରେ ରହିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର