ନୂଆଦିଲ୍ଲୀ: ହସପିଟାଲ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା କୋଭିଡ ସମ୍ବନ୍ଧୀୟ ମୃତ୍ୟୁର ଭୁଲ ତଥ୍ୟ ଦିଆଗଲେ ମହାମାରୀର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିବା ପାଇଁ ଭାରତର ପ୍ରୟାସ ଅସଫଳ ହୋଇପାରେ | ଆଜି ମୃତ୍ୟୁ ସଂଖ୍ୟାକୁ ନେଇ ଉଠୁଥିବା ପ୍ରଶ୍ନ ଉପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଏମ୍ସ ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ | ସେ କହିଛନ୍ତି କରୋନା ମହାମାରୀ ସହ ଲଢ଼ିବା ପାଇଁ ପ୍ରକୃତ ମୃତ୍ୟୁ ସଂଖ୍ୟା କେତେ ତାହା ସାମ୍ନାକୁ ଆସିବା ଜରୁରୀ | ଏନେଇ ସରକାର ପୁନଃ ଗଣତି କରନ୍ତୁ |

Advertisment

ବିଭିନ୍ନ ରାଜ୍ୟ ସରକାର ଜାଣିଶୁଣି କରୋନା ମୃତ୍ୟୁ ସଂଖ୍ୟାକୁ କମ୍ କରୁଥିବା ନେଇ ଅଭିଯୋଗ ହେଉଥିବା ବେଳେ ଏଭଳି ମନ୍ତବ୍ୟ ଦେଇଛନ୍ତି ଏମ୍ସ ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ |

India vulnerable to second wave of coronavirus: AIIMS director Mint

ସେ କହିଛନ୍ତି ଯେ, ଧରାଯାଉ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ହୃଦଘାତରେ ମୃତ୍ୟୁବରଣ କରୁଛି, ତେବେ କୋଭିଡ ହୁଏତ ତାଙ୍କ ହୃଦଘାତର କାରଣ ହୋଇଥାଇପାରେ | ତେଣୁ ଏହାକୁ କୋଭିଡ ସହିତ ସିଧାସଳଖ ଲିଙ୍କ୍ କରିବା ପରିବର୍ତ୍ତେ ଏହାକୁ ଏକ ଅଣ-କୋଭିଡ୍ ମୃତ୍ୟୁ ଭାବରେ ଭୁଲ୍ ଶ୍ରେଣୀଭୁକ୍ତ କରାଯାଉଛି | ଅନେକ ସ୍ଥାନରେ ଏଭଳି ଘଟିଛି | ଯାହା ପାଇଁ ମୃତ୍ୟୁ ସଂଖ୍ୟାରେ ତାଳମେଳ ରହୁନାହିଁ | ଏନେଇ ସମସ୍ତ ଡାକ୍ତରଖାନା ଏବଂ ରାଜ୍ୟଗୁଡିକର କରୋନା ମୃତ୍ୟୁର ଅଡିଟ୍ କରିବା ଆବଶ୍ୟକ | କାରଣ ଆମକୁ ଜାଣିବାକୁ ପଡିବ ଯେ ମୃତ୍ୟୁର କାରଣ କ’ଣ ଏବଂ ମୃତ୍ୟୁ ହାରକୁ ହ୍ରାସ କରିବା ପାଇଁ କଣ କରାଯାଇପାରିବ | ଯଦି ଆମ ପାଖରେ ସ୍ପଷ୍ଟ ତଥ୍ୟ ନାହିଁ, ତେବେ ଆମେ ଆମର ମୃତ୍ୟୁହାର ହ୍ରାସ କରିବା ନେଇ ରଣନୀତି ପ୍ରସ୍ତୁତ କରିବାକୁ ସମର୍ଥ ହେବୁ ନାହିଁ |