ହୋଟେଲ, ରେସ୍ତୋରାଁ ଏମଆରପିଠାରୁ ଅଧିକ ମୂଲ୍ୟରେ ପାଣିବୋତଲ ବିକିପାରିବେ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ- ହୋଟେଲ ଓ ରେସ୍ତୋରାଁ ଓ ଦୋକାନରେ ଏମଆରପି ଠାରୁ ଅଧିକ ମୂଲ୍ୟରେ ବୋତଲ ପାଣି ବିକିଲେ ଜୋରିମାନା ଦେବାକୁ ହେବ ବୋଲି କେନ୍ଦ୍ର ସରକାର ମଙ୍ଗଳବାରଦିନ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ । କିନ୍ତୁ ସୁପ୍ରିମକୋର୍ଟ କେନ୍ଦ୍ରର ଏହି ଯୁକ୍ତିକୁ ମାନିନାହାନ୍ତି ମାନ୍ୟବର ସୁପ୍ରିମକୋର୍ଟ । ହୋଟେଲ ଓ ରେସ୍ତୋରାଁ ଏମଆରପି ଠାରୁ ଅଧିକ ମୂଲ୍ୟରେ ବୋତଲ ପାଣି ବିକ୍ରି ପାରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଜଷ୍ଟିସ ରୋହିଙ୍ଗଟନ ଏସ. ନାରିମନଙ୍କୁ ନେଇ ଗଠିତ ଖଣ୍ଡପୀଠ ମତ ଦେଇଛନ୍ତି ଯେ ହୋଟେଲ୍‌ ଓ ରେସ୍ତୋରାଁରେ ପାଣିବୋତଲ ବିକିବା ଲିଗାଲ ମେଟେରୋଲୋଜୀ ଆଇନ ଅନୁସାରେ ପରିଚାଳିତ ହେବ ନାହି ଁ ।

ଏଣୁ ଅଧିକ ଦରରେ ବିକିଲେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ । ଏହାର କାରଣସ୍ୱରୂପ କୋର୍ଟ କହିଛନ୍ତି ଯେ କୌଣସି ବ୍ୟକ୍ତି ପାଣି ବୋତଲ କିଣିବା ପାଇଁ ହୋଟେଲ କିମ୍ବା ରେସ୍ତୋରାଁକୁ ଯାଏ ନାହିଁ । ଗ୍ରାହକ ହୋଟେଲରେ ଏକ ସ୍ୱତନ୍ତ୍ର ପରିବେଶରେ ପାଣି ପିଅନ୍ତି । ଉକ୍ତ ପରିବେଶ ତିଆରି କରିବାକୁ ସଂପୃକ୍ତ ହୋଟେଲ ପକ୍ଷରୁ ଖର୍ଚ୍ଚ ବା ନିବେଶ କରାଯାଇଥାଏ । ଏଣୁ ସାଧାରଣ ଗୋଟିଏ ଦୋକାନରେ ପାଣିବୋତଲ ବିକିବା ଠାରୁ ଏହା ଅଲଗା ଅଟେ ।

ଏହା ପୂର୍ବରୁ ହୋଟେଲ ଏଣ୍ଡ ରେସ୍ତୋରାଁ ଆସୋସିଏସନ୍ସ ଅପ ଇଣ୍ଡିଆ ପକ୍ଷରୁ ଦାଏର ପିଟିସନ ଜବାବରେ କେନ୍ଦ୍ର ସରକାର ସତ୍ୟପାଠ କରିଥିଲେ ଯେହୋଟେଲ ଓ ରେସ୍ତୋରାଁ ଓ ଦୋକାନରେ ଏମଆରପି ଠାରୁ ଅଧିକ ମୂଲ୍ୟରେ ବୋତଲ ପାଣି ବିକିବା ଲିଗାଲ ମେଟେରୋଲୋଜୀ ଆଇନ ଅନୁସାରେ ବେଆଇନ ।

ସମ୍ବନ୍ଧିତ ଖବର