ହୋଟେଲ୍‌ ଟେଣ୍ଡର୍‌ ସ୍କାମ୍‌: ରାବ୍‌ଡ଼ି ଦେବୀ ଓ ତେଜସ୍ୱୀ ଯାଦବଙ୍କୁ ଜାମିନ ମଞ୍ଜୁର କଲେ ଦିଲ୍ଲୀ ଅଦାଲତ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ରେଲ୍‌େଓ୍ଵ କ୍ୟାଟରିଙ୍ଗ୍‌ ଆଣ୍ଡ୍‌ ଟୁରିଜିମ୍‌ ଟେଣ୍ଡର୍‌ ଦୁର୍ନୀତିରେ ସହ-ଦୋଷୀ ସାବ୍ୟସ୍ତ ଲାଲୁ ଯାଦବଙ୍କ ପତ୍ନୀ ରାବ୍‌ଡ଼ି ଦେବୀ ଏବଂ ପୁତ୍ର ତେଜସ୍ୱୀଙ୍କୁ ଶୁକ୍ରବାର ଦିନ ଦିଲ୍ଲୀର ଏକ ସ୍ୱତନ୍ତ୍ର ଅଦାଲତ ଜାମିନ ମଞ୍ଜୁର କରିଛନ୍ତି।

କହିବାକୁ ଗଲେ ଅଦାଲତ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ସମସ୍ତଙ୍କୁ ଜାମିନ ମଞ୍ଜୁର କରିଛନ୍ତି। ଅଦାଲତ କହିଛନ୍ତି କି, ସମସ୍ତ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଗତ ମୁଚାଲିକା ଏବଂ ପ୍ରତ୍ୟେକ ୧ ଲକ୍ଷ ଟଙ୍କାର ସ୍ୟିରେଟି ବଣ୍ଡ୍‌ ଦେଇଛନ୍ତି।

ଗତ ଏପ୍ରିଲ୍‌ ୧୬ ତାରିଖରେ ସିବିଆଇ ପୂର୍ବତନ ରେଳବାଇ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ରାବ୍‌ଡ଼ି, ତେଜସ୍ୱୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରେମ ଚାନ୍ଦ ଗୁପ୍ତ, ତାଙ୍କ ପତ୍ନୀ ସରଳା ଗୁପ୍ତ ଏବଂ ଆଇଆର୍‌ସିଟିସି ହୋଟେଲ୍‌ କଣ୍ଟ୍ରାକ୍ଟ୍‌ରେ ସମ୍ପୃକ୍ତ ଅନ୍ୟମାନଙ୍କ ସମେତ ସମୁଦାୟ ୧୪ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଫାଇଲ୍‌ କରିଥିଲା। ପାଟଣାର ଜଣେ ହୋଟେଲ୍‌ ବ୍ୟବସାୟୀଙ୍କ ମାଲିକାନାରେ ଥିବା ଏକ ଘରୋଇ କମ୍ପାନିକୁ ଏମାନେ ଆଇଆର୍‌ସିଟିସିର ଠିକା ଦେଇଥିଲେ।

ସମ୍ବନ୍ଧିତ ଖବର