ଭାରତ-ଚୀନ ମଧ୍ୟରେ ହଟଲାଇନ ପ୍ରତିଷ୍ଠା ହେଲେ ବିଭିନ୍ନ ସମସ୍ୟାର ଶୀଘ୍ର ସମାଧାନ ହେବ : ସୀତାରମଣ

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ହଟ ଲାଇନ ପ୍ରତିଷ୍ଠା ହେଲେ ବିଭିନ୍ନ ସମସ୍ୟାର ସମାଧାନ ଶୀଘ୍ର ହୋଇପାରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।  ଗତ ବର୍ଷ ହୋଇଥିବା ଡୋକଲାମ ସଂକଟର ଉଦାହରଣ ଦେଇ ସେ କହିଛନ୍ତି ଯେ ଦୁଇ ଦେଶର ଶାସନ ମୁଖ୍ୟ ଓ ନିଷ୍ପତ୍ତି ଗ୍ରହଣକାରୀଙ୍କ ମଧ୍ୟରେ ହଟଲାଇନ ଥିରେ ଏପରି ସଂକଟର ସହଜରେ ଆଲୋଚନା ହୋଇ ସମାଧାନ ଶୀଘ୍ର ହୋଇପାରିବ ।

ସୂଚନାଯୋଗ୍ୟ ଯେ ଭାରତ ଓ ଚୀନ ମଧ୍ୟରେ ହଟ୍‌ ଲାଇନ ସେବା ଆରମ୍ଭ ଲାଗି  ଦୁଇଦେଶର ସରକାର ରାଜି ହୋଇଛନ୍ତି ।  ଏ ସଂପର୍କରେ ଗତ ଜାନୁୟାରୀମାସରେ ସେନାଧ୍ୟକ୍ଷ ବିପିନ ରାଓ୍ଵତ ସୂଚନା ଦେଇଥିଲେ । ଏବେ ଭାରତ ଓ ପାକିସ୍ତାନ ସେନାର ଡିଜିଏମଓ ( ଡାଇରେକ୍ଟର ଜେନେରାଲ ଅପ ମିଲିଟାରୀ ଅପରେସନ୍ସ) ଙ୍କ ସ୍ତରରେ ହଟ୍‌ଲାଇନ୍‌ ସଂପର୍କ ଅଛି । ଠିକ ଏହିଭଳି ଚୀନର ଡିଜିଏମଓ ସ୍ତରୀୟ ଅଧିକାରୀଙ୍କ ସହ ହଟ୍‌ ଲାଇନ ସେବା ଆରମ୍ଭ କରାଯିବ । ସୂଚନାଯୋଗ୍ୟ ଯେ ଦୁଇଟି ରାଷ୍ଟ୍ର ମଧ୍ୟରେ ଜରୁରୀକାଳିନ ଯୋଗାଯୋଗ ପାଇଁ ହଟ୍‌ ଲାଇନ ଟେଲିଫୋନ ବ୍ୟବହାର କରାଯାଏ । ଯାହାକି ପୂର୍ବନିର୍ଦ୍ଧାରିତ ଉକ୍ତ ଅଧିକାରୀଙ୍କ ସହ ବିନା ବାଧାରେ ତୁରନ୍ତ ସଂପର୍କ କରାଇଥାଏ । ଭାରତ ଓ ପାକିସ୍ତାନ ବୈଦେଶିକ ସଚିବ ଓ ଡିଜିଏମଓ ସ୍ତରରେ ହଟଲାଇନ ସେବା ଗତ ୨୦୦୪ରୁ ରହିଛି । ସେହିପରି ଭାରତ ଓ ଆମେରିକା ମଧ୍ୟରେ ମଧ୍ୟ ହଟ୍‌ଲାଇନ ସେବା ରହିଛି ।

ସମ୍ବନ୍ଧିତ ଖବର