ନୂଆ ଅଞ୍ଚଳରେ ବଢ଼ିଲା ହଟ୍‌ସ୍ପଟ୍‌, କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌

ନୂଆଦିଲ୍ଲୀ : କରୋନା ସଂକ୍ରମଣ ବଢ଼ି ଚାଲିଛି। କରୋନା ସଂକ୍ରମଣର କେନ୍ଦ୍ରସ୍ଥଳ ମଧ୍ୟ ଏବେ ପ୍ରମୁଖ ସହର ଗୁଡ଼ିକରୁ ପଡ଼ୋଶୀ ଜିଲ୍ଲା ଏବଂ ନୂଆ ରାଜ୍ୟକୁ ବ୍ୟାପିଲାଣି। ଗତ କିଛି ସପ୍ତାହ ମଧ୍ୟରେ ସୋଲାପୁର, ଥାନେ, ନାଶିକ, ପାଲଘର, ସୁରଟ, ଜଲ୍‌ଗାଓଁ ଏବଂ ଦକ୍ଷିଣ କନ୍ନଡରେ ଅଧିକ ସଂକ୍ରମଣ ବଢ଼ିଛି। ଉପରୋକ୍ତ ଅଞ୍ଚଳ ଗୁଡ଼ିକରେ ପ୍ରାୟ ୧ ହଜାରରୁ ଅଧିକ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ରହିଛି। ଅନ୍ୟପକ୍ଷେ ଆଣ୍ଡାମାନ୍‌ ନିକୋବର ଆଇଲାଣ୍ଡ୍‌, ଲାକ୍ଷାଦ୍ବୀପ, ଗୋଆ, ଆନ୍ଧ୍ରପ୍ରଦେଶ ଏବଂ ପୁଡ଼ୁଚେରୀରେ ପ୍ରତି ୧୦ ଲକ୍ଷ ଲୋକରେ ଦୈନିକ ସଂକ୍ରମଣ ବଢ଼ି ଚାଲିଛି। ଉପରୋକ୍ତ ରାଜ୍ୟଗୁଡ଼ିକରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ଯଥାକ୍ରମେ ସଂକ୍ରମଣ ମାମଲା ୧୯୦ରୁ ୨୪୯ ରହୁଛି। ଜୁଲାଇ ୩୦ ସୁଦ୍ଧା ପୁନେ, ବେଙ୍ଗାଲୁରୁ, ଥାନେ, ମୁମ୍ବାଇ, ‌ଚେନ୍ନାଇ ଏବଂ ପୂର୍ବ ଗୋଦାବରି ପରି ଜିଲ୍ଲା ଗୁଡ଼ିକ ଅଧିକ ସକ୍ରିୟ ମାମଲା ଥିବା ଶୀର୍ଷ ୨୦ ଟି ଜିଲ୍ଲା ମଧ୍ୟରେ ସର୍ବ‌ାଗ୍ରେ ରହିଛନ୍ତି। ଏହିସବୁ ଜିଲ୍ଲା ଗୁଡ଼ିକରେ ସକ୍ରିୟ ମାମଲା ଧୀରେଧୀରେ କମିବା ଏକ ସକରାତ୍ମକ ଦିଗ। ତଥ୍ୟ ଅନୁଯାୟୀ ବିହାର, ଓଡ଼ିଶା, ପୂର୍ବ ଉତ୍ତରପ୍ରଦେଶ ଏବଂ ଉତ୍ତରପୂର୍ବରେ ଥିବା ରାଜ୍ୟ ଗୁଡ଼ିକ‌ରେ ସଂକ୍ରମଣର ବିପଦ ଅଧିକ ରହୁଛି। ଏହି ରାଜ୍ୟ ଗୁଡ଼ିକରେ ଟେଷ୍ଟିଂ ଅଧିକ ବଢ଼ିନାହିଁ।

ସମ୍ବନ୍ଧିତ ଖବର