ହାଇଦ୍ରାବାଦ: କର୍ଣ୍ଣାଟକର ବିଦରରେ ଗୁରୁବାର ଅପରାହ୍ନରେ ଏକ ଏଟିଏମ୍ କ୍ୟାସ୍ ଗାଡ଼ିର ଗାର୍ଡଙ୍କୁ ଗୁଳି କରି ୯୩ ଲକ୍ଷ ଟଙ୍କା ନେଇ ପଳାଇଥିବା ଦୁଇ ଲୁଟେରାଙ୍କ ସଂପର୍କରେ ଏବେ ନୂତନ ତଥ୍ୟ ହସ୍ତଗତ ହୋଇଛି। ଜାଣିବାକୁ ମିଳିଛି ଯେ ଦୁଇ ଡକାୟତ କିଛି ଘଣ୍ଟା ପରେ ହାଇଦ୍ରାବାଦରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଉପରେ ଗୁଳି ଚଳାଇଥିଲେ। ତାହା ପୁଣି ଅନ୍ୟ ଏକ ରାଜ୍ୟରେ। କର୍ଣ୍ଣାଟକରେ ଗୁଳିକାଣ୍ଡ ପରେ ଲୁଟେରାମାନେ ହାଇଦ୍ରାବାଦ୍‌ରେ ଏପରି କରିଥିବା ଜଣାପଡ଼ିଛି।

Advertisment

ପୀଡ଼ିତ ଜଣକ ଏକ ଘରୋଇ ଟ୍ରାଭେଲ୍ ଫାର୍ମରେ ପରିଚାଳକ ଭାବରେ କାର୍ଯ୍ୟ କରନ୍ତି। ସେ ଗୁଳିମାଡ଼ରେ ଆହତ ହୋଇ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏନେଇ ପୁଲିସ୍‌ କହିଛଇ ଯେ ସମଗ୍ର ସହରରେ ସତର୍କ ସୂଚନା ଜାରି କରାଯାଇଛି ଏବଂ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଚାଲିଛି।

ଡକାୟତମାନେ ରାୟପୁର ଯିବା ପାଇଁ ଏକ ବସ୍ ଚଢ଼ିବାକୁ ପ୍ରସ୍ତୁତ ହେଉଥିବା ସମୟରେ ଅଫଜଲ୍ ଗଞ୍ଜ ଅଞ୍ଚଳରେ ଏହି ଘଟଣା ଘଟିଥିଲା। ସୂତ୍ର ଅନୁସାରେ ବିଦରରେ ହତ୍ୟା ଏବଂ ଡକାୟତି କରିବା ପରେ ଦୁଇଜଣ ବ୍ୟକ୍ତି ବାଇକ୍ ଯୋଗେ ହାଇଦ୍ରାବାଦରେ ପହଞ୍ଚିଥିଲେ ଏବଂ ତା’ପରେ ରାୟପୁର ଯିବା ପାଇଁ ଏକ ବସ୍ ପାଇଁ ଟିକେଟ୍ ବୁକ୍ କରିବା ପାଇଁ ଏକ ଘରୋଇ ଟ୍ରାଭେଲ୍ ଏଜେନ୍ସି କାର୍ଯ୍ୟାଳୟକୁ ଯାଇଥିଲେ।

ଏଜେନ୍ସିର ମାଲିକ ରଇସ ଅହମ୍ମଦ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଦୁଇଜଣ ବ୍ୟକ୍ତି ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ତାଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିଜକୁ ଅମିତ କୁମାର ବୋଲି ପରିଚୟ ଦେଇଥିଲେ। ସେମାନଙ୍କ ବସ୍ ସନ୍ଧ୍ୟା ପ୍ରାୟ ୭ଟାରେ ଛାଡିବାର ଥିଲା।