‘ଶାହାରୁଖ୍‌ ଖାନ୍‌ କିଏ’ କହିବାର କିଛି ସମୟ ପରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତଙ୍କ ପାଖକୁ ଆସିଲା ଶାହାରୁଖ୍‌ଙ୍କ ଫୋନ୍‌

ଗୌହାଟି: ଗତରାତିରେ ମେଗାଷ୍ଟାର୍‌ ଶାହାରୁଖ୍‌ ଖାନ୍‌ଙ୍କ ସହିତ କଥାବାର୍ତ୍ତା କରିବା ସହିତ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ପଠାନ୍‌’ ବିରୋଧରେ ଚାଲିଥିବା ପ୍ରତିବାଦ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ  ନିର୍ଭର ପ୍ରତିଶ୍ରୁତି ଦେଇଥିବା କଥା ଆଜି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି।

ରାଜ୍ୟର ଏକ ପ୍ରେକ୍ଷାଳୟରେ ଘଟିଥିବା ଗୋଟାଏ ଘଟଣା ବିଷୟରେ ଆଜି ବଡ଼ି ସକାଳୁ ଖାନ୍‌ ତାଙ୍କୁ ଫୋନ୍‌ କରିଥିଲେ ବୋଲି ଶର୍ମା କହିଛନ୍ତି।

ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ ଶର୍ମା ଲେଖିଛନ୍ତି, ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାଁ ମୋ ପାଖକୁ ଫୋନ କରିଥିଲେ। ରାତି ୨ଟା ବେଳେ ଆମେ କଥାବାର୍ତ୍ତା ହେଲୁ। ତାଙ୍କ ଚଳଚ୍ଚିତ୍ର ପ୍ରଦର୍ଶନ ବେଳେ ଗୌହାଟିରେ ଘଟିଥିବା ଘଟଣା ପାଇଁ ସେ ଉଦ୍‌ବେଗ ପ୍ରକାଶ କଲେ। ଆଇନଶୃଙ୍ଖଳା ବଜାୟ ରଖିବା ରାଜ୍ୟ ସରକାରଙ୍କର କର୍ତ୍ତବ୍ୟ ବୋଲି ମୁଁ ତାଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛି। ଏ ପ୍ରକାର ଅପ୍ରୀତିକର ଘଟଣା ନ ଘଟିବା ପାଇଁ ସୁନିଶ୍ଚିତ ହେବା ଲାଗି ଆମେ ପଦ‌କ୍ଷେପ ଗ୍ରହଣ କରିବୁ ବୋଲି କହିଛି।

Image Courtesy of Firstpost

ଶାହାରୁଖ୍‌ଙ୍କ ଚଳଚ୍ଚିତ୍ର ବିରୋଧରେ ଦକ୍ଷିଣପନ୍ଥୀ କର୍ମୀମାନେ ଉଗ୍ର ପ୍ରତିବାଦ ପ୍ରଦର୍ଶନ ବିଷୟରେ ଗତକାଲି ଗୌହାଟିରେ ସାମ୍ବାଦିକମାନ ପଚାରିବାରୁ ଉତ୍‌କ୍ଷିପ୍ତ ହୋଇ ଶର୍ମା କହିଥିଲେ, ଶାହାରୁଖ୍‌ ଖାନ୍‌ କିଏ? ମୁଁ ତାଙ୍କ ବିଷୟରେ କିଂବା ‘ପଠାନ୍‌’ ଚଳଚ୍ଚିତ୍ର ବିଷୟରେ କିଛି ଜାଣେନି।

ଖାନ୍‌ ବଲିଉଡ୍‌ର ସୁପର୍‌ଷ୍ଟାର୍‌ ବୋଲି କହିବାରୁ ସେ କହିଲେ, ରାଜ୍ୟବାସୀ ବଲିଉଡ୍‌ ନୁହେଁ, ଆସାମୀ ଚଳଚ୍ଚିତ୍ର ପ୍ରତି ଯତ୍ନବାନ ହେବା ଉଚିତ।

ଏହାପରେ ଶର୍ମା କହିଥିଲେ, ଖାନ୍‌ ତାଙ୍କୁ ଫୋନ୍‌ କରି ନାହାନ୍ତି। ଯଦି ସେ ଫୋନ୍‌ କରନ୍ତି ତେବେ ସେ ଘଟଣାର ତଦନ୍ତ କରିବେ। ପ୍ରତିବାଦକାରୀମାନେ ଆଇନ ଉଲ୍ଲଂଘନ କରିଥିଲେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଥିଲେ।

ସୂଚନାଯୋଗ୍ୟ, ଗୌହାଟିରେ ଶାହାରୁଖ୍‌ ଖାନ୍‌ଙ୍କ ଅଭିନୀତ ‘ପଠାନ’ ଚଳଚ୍ଚିତ୍ର ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହେଉଥିବା ଗୋଟାଏ ପ୍ରେକ୍ଷାଳୟରେ କେତେକ ସାମାଜିକକର୍ମୀ ଉକ୍ତ ଚଳଚ୍ଚିତ୍ରର ପୋଷ୍ଟର୍‌ ଚିରି ପକାଇଥିଲେ।

ସମ୍ବନ୍ଧିତ ଖବର