ମୁମ୍ବାଇ: ସ୍ୱାମୀ-ସ୍ତ୍ରୀଙ୍କ କଳିରେ ବଳି ପଡିଗଲା ପଡୋଶୀମାନଙ୍କ ଘର | ମହାରାଷ୍ଟ୍ରରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଏତେ ଭୟଙ୍କର ରୂପ ନେଇଥିଲା ଯେ ଆଖପାଖର ଲୋକଙ୍କୁ ମଧ୍ୟ ଏହାର ପ୍ରକୋପ ସହିବାକୁ ପଡିଥିଲା । କ୍ରୋଧିତ ବ୍ୟକ୍ତିଙ୍କର ତାଙ୍କ ପତ୍ନୀଙ୍କ ସହ ଝଗଡା ପରେ ସେ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଆଉ ଚାଁହୁଚାଁହୁ ଏହି ନିଆଁର ଆଁରେ ପଡୋଶୀଙ୍କ ଘର ମଧ୍ୟ ଆସିଯାଇଥିଲା | ମିଳିଥିବା ସୂଚନା ମୁତାବକ ସୋମବାର ଅପରାହ୍ନରେ ମହାରାଷ୍ଟ୍ରର ମଜଗାଓଁ ଗାଁରେ ସଞ୍ଜୟ ପାଟିଲଙ୍କର ପତ୍ନୀ ପଲ୍ଲଭିଙ୍କ ସହ କିଛି ପ୍ରସଙ୍ଗରେ ଝଗଡା ହୋଇଥିଲା।
ଆଉ କିଛି ସମୟ ପରେ ଉଭୟଙ୍କ ମଧ୍ୟରେ ମାରପିଟ ମଧ୍ୟ ହୋଇଥିଲା | ତେବେ ପତ୍ନୀଙ୍କ ସହ ଝଗଡ଼ାକୁ ନେଇ ସଞ୍ଜୟ ନିଜ ଘରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ। ଆଉ ଏହି ନିଆଁ କିଛି ସମୟ ମଧ୍ୟରେ ଭୟଙ୍କର ରୂପ ନେଇ କେବଳ ସଞ୍ଜୟଙ୍କ ଘର ନୁହେଁ ୧୦ଜଣ ପଡୋଶୀ ଘରକୁ ମଧ୍ୟ ଜାଳି ଦେଇଥିଲା। ପୁଲିସ ଅଧିକାରୀ କହିଛନ୍ତି ଯେ ଏହି ଘଟଣାରେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି |
ତେବେ ଏହି ଘଟଣାରେ କେହି ମୃତାହତ ହୋଇ ନାହାଁନ୍ତି। ଲୋକମାନେ ନିଜ ଘରୁ ଠିକ୍ ସମୟରେ ବାହାରକୁ ଆସିଥିଲେ। କୁହାଯାଉଛି ଯେ ଘଟଣା ପରେ ପଡ଼ୋଶୀମାନେ ସଞ୍ଜୟଙ୍କୁ ଧରି ନିର୍ଦ୍ଧୁମ ଛେଚିଥିଲେ | ଆଉ ମାଡ ମାରିବା ପରେ ପୁଲିସକୁ ହସ୍ତାନ୍ତର କରିଥିଲେ। ଅଭିଯୁକ୍ତ ସଞ୍ଜୟକୁ ପୁଲିସ ଗିରଫ କରିଛି। ଅନ୍ୟପକ୍ଷରେ ପଲ୍ଲବୀ ସଞ୍ଜୟଙ୍କ ଉପରେ ଆକ୍ରମଣ ତଥା ଘରୋଇ ହିଂସା ମାମଲାରେ ମଧ୍ୟ ମାମଲା ଦାୟର କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/cdddd-1.png)